ପନିର ଟିକ୍କା ମସଲା

0

ପନିର – ୨୫୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଦହି – ୪ ଚାମଚ
ବେସନ – ୧ ଚାମଚ
ପେଷା ଟମାଟୋ – ୨ଟି
କସ୍ତୁରୀ ମେଥି – ଅଳ୍ପ
ପିଆଜ ଅଦା ରସୁଣ ବଟା – ୪ ଚାମଚ
ଧନିଆ ଗୁଣ୍ଡ- ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିରକୁ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଦହି, ବେସନ, ଲଙ୍କା ଗୁଣ୍ଡ, ଲୁଣ, କଟା ପନିରକୁ ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସ୍ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରି ଏହି ମିଶ୍ରଣକୁ ଭାଜନ୍ତୁ। ଭଲ ଭାବେ ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ ପୁଣି ତେଲ ଗରମ କରି ଏଥିରେ ଗୋଟା ଜିରା, ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କସ୍ତୁରୀ ମେଥି ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ପେଷା ଟମାଟୋ ପକାନ୍ତୁ । ଏହା ପରେ ଅଳ୍ପ ପାଣି ଦେଇ ଭାଜି କରି ରହିଥିବା ପନିରକୁ ଏଥିରେ ପକାନ୍ତୁ। ୩ ରୁ ୪ ମିନିଟ ଗ୍ୟାସରେ ବସାଇବା ପରେ ଏଥିରେ ବଟର, କଟା ଧନିଆ ପତ୍ର ପକାଇ ପୁଣି ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ଟିକ୍କା ମସଲା।

Leave A Reply