କ୍ରାଇମବ୍ରାଞ୍ଚ ଦ୍ବାରା ୪ ବଜ୍ରକାପ୍ତା ବେପାରୀ ଗିରଫ

0

ଉଦଳା : ମୟୁରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ଅମ୍ବଡିହି ଅଞ୍ଚଳରୁ ଚାଲାଣକାରୀଙ୍କ ଠାରୁ ପୁଲିସ ଦୁଇଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଗୁଇନ୍ଦା ସୂତ୍ରରୁ ଖବର ପାଇ ଉଦଳା ଅଞ୍ଚଳରେ ଚଢଉ କରି  କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ ୪ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ମାଆ ବଜ୍ରକାପ୍ତା ସହ ଛୁଆ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବେପାରୀମାନଙ୍କର ବିଦେଶ ସହ ଲିଙ୍କ ରହିଛି ବୋଲି ସୂଚନା ମିଳିଛି। ବଜ୍ରକାପ୍ତା ଗୁଡିକ ୨୨ଲକ୍ଷ ଟଙ୍କାରେବିକ୍ରି ହେଉଥିବାର ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ଆମ୍ବଡିହ ଅଞ୍ଚଳର ବଳିଆ ଅନ୍ଧାର ଜୁଡିମ, ବସ୍ତା ଅଞ୍ଚଳର ଦେବେନ୍ଦ୍ର ଦାସ, ଆମ୍ବାଡାଲି ଅଞ୍ଚଳର ଜନ୍ମଞ୍ଜୟ ନାଏକ ଏବଂ କପ୍ତିପଡା ଅଞ୍ଚଳର ରଘୁନାଥ ବେହେରା ।

 

Leave A Reply