ମାତ୍ର ୪ହଜାର ୯୯୯ଟଙ୍କାରେ କିଣନ୍ତୁ ୪ହଜାର ଏମ୍ଏଚ ବ୍ୟାଟେରୀ ଥିବା ଏହି ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ କିଛି ଏମିତି ସ୍ମାର୍ଟଫୋନର ଅପେକ୍ଷାରେ ଅଛନ୍ତି ଯାହା ବେଶ୍ ଆକର୍ଷିତ ହେବାସହ ତାର ମୂଲ୍ୟ କମ୍ ହୋଇଥିବ ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଆମେ ଆପଣଙ୍କୁ ଏଭଳି ଏକ ସ୍ମାର୍ଟଫୋନ ବିଷୟରେ ସୂଚନା ଦେବୁ ଯାହାର ମୂଲ୍ୟ ମାତ୍ର ୪ହଜାର ୯୯୯ଟଙ୍କା। ଯାହା ବେଶ୍ ଆକର୍ଷଣୀୟ। ସବୁଠାରୁ ଖାସ୍ କଥା ହେଉଛି ଏଥିରେ ୪ହଜାର ଏମ୍ଏଚର ବ୍ୟାଟେରୀ ଦିଆଯାଇଛି। ତେବେ ଆସନ୍ତୁ ଏହି ଫୋନ ବିଷୟରେ ବିସ୍ତାର ରୂପେ ଜାଣିବା।

courtesy-the mobile indian

ସର୍ବପ୍ରଥମେ କହିରଖୁଛୁ ଆପଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାନାସୋନିକ୍ ତାର ନୂଆ ସ୍ମାର୍ଟଫୋନ ପାନାସୋନିକ୍ ପି-୮୫ ଏନ୍ଏକ୍ସଟି ଲଞ୍ଚ କରିଛି। ଯାହା ବର୍ତ୍ତମାନ ଅନଲାଇନ ଷ୍ଟୋର ଫ୍ଲିକପାର୍ଟରେ ଉପଲବ୍ଧ ରହିଛି।
ଏହାର ବିଶେଷତ୍ବ ବିଷୟରେ କହିଲେ ଥିରେ ୫ଇଞ୍ଚର ଏଚଡି ଡିସପ୍ଳେ ଦିଆଯାଇଛି। ଏହାବ୍ୟତୀତ ଫୋନରେ ୨ଜିବି ରାମ ସହିତ ୧୬ଜିବିର ଷ୍ଟୋରେଜ ଦିଆଯାଇଛି। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୧୨୮ଜିବି ପର୍ୟ୍ୟନ୍ତ ବଢାଇପାରିବେ। ଏଥିରେ ୧.୩ଜିଏଚଜେଡର କୋରଟେକ୍ସ -୭ ପ୍ରୋସେସର ରହିଛି।

courtesy-india tv

ଏହି ଫୋନର କ୍ୟମେରା ବିଷୟରେ କହିଲେ, ଏଥିରେ ୮ମେଗାପିକ୍ସେଲାର ରିୟର କ୍ୟାମେରା ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି। ଏଥିରେ ଲଇଡି ଫ୍ଲାସଲାଇଟର ସୁବିଧା ରହିଛି। ଏହାବ୍ୟତୀତ ଫୋନରେ ସଂଯୋଗ ପାଇଁ ଡୁଆଲ ୪-ଜି ଭିଓଏଲଟିଇ ସପୋର୍ଟ, ୱାଇ-ଫାଇ, ୩.୫ଏମ୍ଏମର ହେଡଫୋନ ଜ୍ୟାକ୍ ଏବଂ ବ୍ଲୁଟୁଥ ୪.୧ଦିଆଯାଇଛି।

Leave A Reply