ଘରେ ପ୍ରସ୍ତୁତ କରନ୍ତୁ ତାଳ ସର୍ବତ

0

ତାଳ ସର୍ବତ: ଖରାଦିନେ ତାଳସଜର ଚାହିଦା ଅଧିକ । ଏବେ ବଜାରରେ ତାଳସଜ ବିକ୍ରି ଆରମ୍ଭ ହେଲାଣି । ସମସ୍ତେ ତାଳସଜ ଖାଇଥାଉ କିନ୍ତୁ କେବେ କ’ଣ ତାଳସଜ ସର୍ବତ କଥା ଭାବିଛନ୍ତି କି! ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଏହି ସର୍ବତର ଲୋକପ୍ରିୟତା ବେଶ୍ ଅଧିକ । ଏହା ସ୍ୱାସ୍ଥ୍ୟକର ହେବା ସହିତ ପ୍ରସ୍ତୁତ କରିବା ମଧ୍ୟ ଅତି ସହଜ ।

ପ୍ରଥମେ ତାଳସଜରୁ ଚୋପା ଛଡାଇ ଛୋଟଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏଥିରୁ ବାହାରିଥିବା ପାଣି ସହ କଅଁଳ ଶସ, ଚିନି ଏବଂ ସାଦା ପାଣି ମିଶାଇ ଗ୍ରାଇଣ୍ଡିଇଂ କରି ଦିଅନ୍ତୁ । ପରେ ଏହି ପାନୀୟ ପ୍ରସ୍ତୁତରେ କିଛି ଲେମ୍ବୁରସ ମିଶାଇ ଦିଅନ୍ତୁ । କଟାଯାଇଥିବା ତାଳସଜକୁ ସେଥିରେ ପକାଇ ଉପରେ ଛୋଟଛୋଟ ବରଫ ୨-୩ଟି ସଜାଇ ଦେବେ । ପ୍ରସ୍ତୁତ ହୋଇଯିବ ତାଳ ସର୍ବତ । ଖରା ଦିନେ ଏହାକୁ ନିଜେ ପିଅନ୍ତୁ ଓ ଅନ୍ୟକୁ ପିଆନ୍ତୁ । ଏହା ଅଂଶୁଘାତରୁ ରକ୍ଷା କରିବାରେ ସାହାର୍ଯ୍ୟ କରେ ।

Leave A Reply