www.samajalive.in
Sunday, December 14, 2025
23.1 C
Bhubaneswar

ଇତିହାସ ରଚିଲେ ଓଡ଼ିଆ ଝିଅ ପଲ୍ଲବୀ

ଭୁବନେଶ୍ୱର : ପୂର୍ବରୁ ବାୟୁ ସେନାର ଯୁଦ୍ଧବିମାନ ଉଡ଼ାଣ, ଚଳାଚଳ ଏବଂ ଗୁଳିଗୋଳା ବର୍ଷଣ କ୍ଷେତ୍ରରେ କେବଳ ପୁରୁଷଙ୍କ ପ୍ରାଧ୍ୟାନ୍ୟ ରହିଥିଲା। ନିକଟରେ ଜଣେ ଝିଅ ଯୁଦ୍ଧବିମାନରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରି ପାରଦର୍ଶିତା ଦେଖାଇଛନ୍ତି। ଏବେ ଓଡ଼ିଆ ଝିଅ ପଲ୍ଲବୀଙ୍କୁ ବାୟୁସେନାର ଯୁଦ୍ଧବିମାନ ଚଳାଚଳ ନେତୃତ୍ବ ନେବା ଓ ଦଳକୁ ପରିଚାଳନା ଦାୟିତ୍ବ ଅର୍ପଣ କରାଯାଇଛି। ପଲ୍ଲବୀଙ୍କ ଭଳି କମ୍‌ସଂଖ୍ୟକ ମହିଳାଙ୍କୁ ଯୁଦ୍ଧବିମାନ ଚଳାଚଳ ପାଇଁ ଦେଶରେ ସୁଯୋଗ ମିଳିଛି। ଦେଶର ପ୍ରଥମ ମହିଳା ଭାବେ ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କ୍ଷେତ୍ରରେ ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ପଲ୍ଲବୀ ମହାପାତ୍ର। ‘ଆକାଶ’ କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶକୁ ସଫଳତାର ସହ ସେ ନିକ୍ଷେପିତ କରିଛନ୍ତି। ବାୟୁସେନାରେ ନିଜର ପାରଦର୍ଶିତା ଦେଖାଇ ପ୍ରଥମ ମହିଳା ଯୁଦ୍ଧବିମାନ ଚଳାଇବାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସାମର ଜୋରହାଟ୍‌ଠାରେ ଥିବା ଏୟାର୍‌ ବେସ୍‌ ଡିଫେନ୍ସରେ ପ୍ରଥମ ମହିଳା ଅଧିକାରୀ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି। ୨୦୧୮ ଡିସେମ୍ବର ୫ରେ ଏଏଫ୍‌ଏସ୍‌ ସୂର୍ଯ୍ୟଲଙ୍କା ପକ୍ଷରୁ ମିଳିତ ଭାବେ ଜିଡବ୍ଲ୍ୟୁଏଫ୍‌ଆର୍‌ ଆୟୋଜନ କରାଯାଇଥିଲା। ଏଥିରେ ପଲ୍ଲବୀ ପ୍ରଥମ ମହିଳା ଭାବେ ଭୁପୃଷ୍ଠରୁ ଆକାଶ(ଏସ୍‌ଏଏମ୍‌)କୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୌରବ ଅର୍ଜନ କରିଥିଲେ। ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ପଲ୍ଲବୀ ମହାପାତ୍ରଙ୍କୁ ‘ଏକ୍ସ କ୍ରସ୍‌ ବୋ ୧୮’ ଉଡ଼ାଣ ପାଇଁ ୱିଙ୍ଗ କମାଣ୍ଡର ଏମ୍‌.କେ.ଶ୍ରୀବାସ୍ତବ ସ୍ବୀକୃତି ପ୍ରଦାନ କରିଛନ୍ତି। ‘କ୍ରସ୍‌ବୋ-୨୦୧୮’ରେ ଯୁଦ୍ଧବିମାନରୁ ଆକାଶକୁ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍‌କ୍ଷେପଣ କରି ସେ ଏହ ଯୋଗ୍ୟତା ହାସଲ କରିଛନ୍ତି। ବାୟୁ ସେନା ମୁଖ୍ୟ ଓ ଅନ୍ୟ ବାୟୁ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସେ ଏହି ସଫଳତା ହାସଲ କରିଥିଲେ।
୧୯ଜୁନ୍‌ ୨୦୧୧ରେ ପଲ୍ଲବୀ ବାୟୁସେନାରେ ଜଣେ ହେଲିକପ୍ଟର ପାଇଲଟ୍‌ ଭାବେ ଯୋଗଦେଇଥିଲେ। ଭୁବନେଶ୍ବର ସହରର ଝିଅ ଏବେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପଲ୍ଲବୀ ମହାପାତ୍ର ଭାବେ ଜଣାଶୁଣା। ସ୍କ୍ବାଡର୍ଣ୍ଣ ଲିଡର ପିନାକ୍ କୋଡ୍‌ଗୁଲେଙ୍କୁ ସେ ବିବାହ କରିଛନ୍ତି। ଏଏନ୍‌-୩୨ରେ ପାଇଲଟ୍‌ ଭାବେ କାର୍ଯ୍ୟ କରୁଛନ୍ତି ପଲ୍ଲବୀଙ୍କ ସ୍ବାମୀ ପିନାକ। ତାଙ୍କର ଦୁଇ ପୁତ୍ର ସନ୍ତାନ ରହିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories