ବଲିଉଡ଼ରେ ପାଦ ଥାପିଲେ ସନ୍ନି ଦେଓଲଙ୍କ ପୁଅ : ରିଲିଜ୍ ହେଲା ଚଳଚ୍ଚିତ୍ରର ଟିଜର୍

ମୁମ୍ବଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ର ଟିଜର ସୋମବାର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ କରନ ବଲିଉଡ଼ରେ ପାଦ ଥାପିଛନ୍ତି। ଏଥିରେ କରନଙ୍କ ବିପକ୍ଷରେ ସହେର ବାମ୍ବା ନାୟିକା ଭାବେ ଅଭିନୟ କରିଛନ୍ତି। ସହେରଙ୍କର ମଧ୍ୟ ଏହା ପ୍ରଥମ ଚଳଚ୍ଚିତ୍ର। ୧ ମିନିଟ୍‌ର ଏହି ଟିଜର ଦେଖି ଅନୁମାନ କରିହେଉଛି ଯେ ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର। ପୁଅ କରନଙ୍କ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନିଜେ ସନ୍ନି ଦେଓଲ ବହନ କରିଛନ୍ତି। ପୂର୍ବରୁ ଏହାର କିଛି ପୋଷ୍ଟର ସାମ୍ନାକୁ ଆସିଥିଲା। ‘ପଲ୍ ପଲ୍ ଦିଲ୍ କେ ପାସ୍’ ସେପ୍ଟେମ୍ବର ୨୦ ତାରିଖରେ ପରଦାକୁ ଆସିବ।

Comments are closed.