୨୦୨୦ ଯାଏ ଏଫଏଟିଏଫ ଗ୍ରେ’ ତାଲିକାରେ ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇବାରେ ବିଫଳ ପାକିସ୍ତାନକୁ ବଡ ଝଟକା ଲାଗିଛି। ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ପାକିସ୍ତାନକୁ ୨୦୨୦ ଯାଏ ଗ୍ରେ’ ତାଲିକାରେ ରଖିବାର ନିଷ୍ପତ୍ତି ନେଇଛି। ଯାହା ପାକିସ୍ତାନ ପାଇଁ ଏକ ବଡ ଝଟକା ସାବ୍ୟସ୍ତ ହୋଇଛି। ଏଥି ସହିତ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ପାକିସ୍ତାନକୁ ଆତଙ୍କବାଦୀ ମାନଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇବା ପାଇଁ କଠେରେ ନିଷ୍ପତ୍ତି ନେବାକୁ  ନିର୍ଦ୍ଦେଶ ଦିଆଯାଇଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବସିଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇବାରେ ବିଫଳ ପାକିସ୍ତାନକୁ ଫେବୃଆରୀ ୨୦୨୦ ଯାଏଁ ଗ୍ରେ’ ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ହୋଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ବେଆଇନ ଅର୍ଥ କାରବାର ରୋକିବା ସହ ଆତଙ୍କବାଦୀ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିବା କଥା କହୁଥିବା ପାକିସ୍ତାନ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସକୁ ପ୍ରମାଣ ଦେଇ ପାରି ନାହିଁ । ତେଣୁ ତାକୁ ଫେବୃଆରୀ ୨୦୨୦ ଯାଏଁ  ଗ୍ରେ’ ତାଲିକାରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଫଏଟିଏଫ ବୈଠକର ପ୍ରଥମ ଅଧିବେଶନର ଶେଷ ଦିନରେ ପାକିସ୍ତାନକୁ ଫେବୃଆରୀ ୨୦୨୦ ଯାଏଁ ଗ୍ରେ’ ଲିଷ୍ଟରେ ରଖାଯିବା ନିଷ୍ପତ୍ତି ନେଇ ଔପଚାରିକ ଭାବେ ଆସନ୍ତା ଶୁକ୍ରବାର ଘୋଷଣା କରାଯିବ ।

ତେବେ ପରବର୍ତ୍ତୀ ଚୂଡ଼ାନ୍ତ ନିଷ୍ପତ୍ତି  ଆସନ୍ତା ଫେବୃଆରୀ ୨୦୨୦ ପରେ ନିଆଯିବ । ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ସଚିବ ଓମର ହମିଦ ଖାନ ତାଙ୍କ ଦେଶକୁ ଗ୍ରେ’ ଲିଷ୍ଟରେ ରଖିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି।  ସେ କହିଛନ୍ତି ଏହା ସତ୍ୟ ନୁହେଁ ୧୮ ଅକ୍ଟୋବର ପୂର୍ବରୁ କିଛି କହି ହେବ ନାହିଁ ।
ଏହାପୂର୍ବରୁ ଏଫଏଟିଏଫର ପ୍ୟାରିସ ହୋଇଥିବା ବୈଠକରେ ପାକିସ୍ତାନକୁ ୨୦୧୮ମସିହାରେ ଗ୍ରେ’ ଲିଷ୍ଟରୁ ବର୍ତ୍ତିବା ପାଇଁ ୨୭ ପଏଣ୍ଟ ଦେଇ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବର୍ଷ ସମୟ ଦିଆଯାଇଥିଲା । କିନ୍ତୁ ପାକିସ୍ତାନ ୨୦ ପଏଣ୍ଟ ହାସଲ କରିଥିଲା।  ତୁର୍କୀ, ଚୀନ ଓ ମାଲେସିଆ ଭଳି ଦେଶ ପାକିସ୍ତାନ ସପକ୍ଷରେ ଭୋଟ ଦେଇ ତାକୁ ଗ୍ରେ’ ଲିଷ୍ଟରୁ ରକ୍ଷା କରିବା ଆଶ କରାଯାଉଥିଲା। କିନ୍ତୁ ଏହି ଦେଶଗୁଡିକ ପାକିସ୍ତାନ ସପକ୍ଷରେ ଭୋଟ ଦେଇ ନାହାନ୍ତି।

Comments are closed.