ପାକିସ୍ତାନ ନିର୍ବାଚନୀ ହିଂସା: ବଢ଼ୁଛି ମୃତାହତ ସଂଖ୍ୟା

0

କରାଚି: ଆସନ୍ତା ୨୫ ତାରିଖରେ ହେବାକୁ ଥିବା ପାକିିସ୍ତାନ ନିର୍ବାଚନ ପୂର୍ବରୁ ସଂଘଟିତ ହିଂସାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିର୍ବାଚନ ରାଲିରେ ହୋଇଥିବା ବିସ୍ଫୋରଣରେ ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩୩କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ଗତ ଶୁକ୍ରବାର ମାସ୍ତୁଙ୍ଗରେ ଏକ ନିର୍ବାଚନ ରାଲିରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏଥିରେ ବାଲୋଚିସ୍ତାନ ଆୱାମି ପାର୍ଟି(ବିଏପି) ନେତା ସିରାଜ ରାଇସାନିଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ଇସ୍‍ଲାମିକ୍‍ ଷ୍ଟେଟ୍‍(ଆଇଏସ୍‍) ଏହି ବିସ୍ଫୋରଣ କରିଥିବା ଦାବି କରିଛି। କ୍ୱେତାର ବିଭିନ୍ନ ଡାକ୍ତରଖାନାରେ ୨୦୦ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଅଛି। ବେମା ନିଷ୍କ୍ରିୟକାରୀ ଦଳର ସୂଚନା ଅନୁଯାୟୀ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଏହି ଆକ୍ରମଣ ହୋଇଥିଲା। ପ୍ର୍ରାୟ୧୬ ରୁ ୨୦ କେଜି ବିସ୍ଫୋରକ ବ୍ୟବହାର କରାଯାଇଥିଲା। ମୁଟାହିଦା ମାଜ୍‍ଲିସ ଅମାଲ୍‍ ପାର୍ଟିର ଆକ୍ରାମ ଖାନ୍‍ ଦୁରାନିଙ୍କ ନିର୍ବାଚନୀ ରାଲିରେ ହୋଇଥିବା ଆକ୍ରମଣର ମାତ୍ର କିଛି ଘଣ୍ଟା ଏହି ଆକ୍ରମଣ ହୋଇଥିଲା। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ ଓ ତାଙ୍କ ଝିଅ ମାରିୟମ୍‍ଙ୍କ ଗିରଫଦାରୀର ପ୍ରତିବାଦରେ ଏଭଳି ଆକ୍ରମଣ ହେଉଥିବା କୁହାଯାଉଛି।
୨୦୧୪ ପରେ ପାକିସ୍ତାନରେ ଏହା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ୨୦୧୪ ଡିସେମ୍ବରରେ ପେଶ୍‍ୱାରର ଏକ ସେନା ସ୍କୁଲ୍‍ରେ ଆତଙ୍କବାଦୀ ଆକ୍ରମଣରେ ୧୫୦ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

Leave A Reply