ମୋଦୀଙ୍କ ପାଇଁ ବାୟୁସୀମା ଖୋଲିବାକୁ ମନା କଲା ପାକିସ୍ତାନ; ଆଇସିଏଓରେ ଆପତ୍ତି ଜଣାଇଲା ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଯାତ୍ରା ପାଇଁ ପାକିସ୍ତାନ ପୁଣି ଥରେ ନିଜର ବାୟୁସୀମା ଖୋଲିବାକୁ ମନା କରିଦେଇଛି। ମୋଦୀ ସୋମବାର ୨ଦିନିଆ ସାଉଦି ଆରବ ଯାତ୍ରାରେ ଯାଉଛନ୍ତି। ସେଥିପାଇଁ ବାୟୁସୀମା ଖୋଲିବା ଲାଗି ନୂଆଦିଲ୍ଲୀ ପକ୍ଷରୁ ପାକିସ୍ତାନକୁ କୁହାଯାଇଥିଲା। କିନ୍ତୁ ପାକିସ୍ତାନ ପକ୍ଷରୁ ମନା କରିଦିଆଯାଇଛି। ତେବେ ପାକ୍‌ର ଏପରି ଆଭିମୁଖ୍ୟର କଡ଼ା ଜବାବ ଦେବାକୁ ଭାରତ ନିଷ୍ପତ୍ତି ନେଇଛି। ଏହି ପ୍ରସଙ୍ଗକୁ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ(ଆଇସିଏଓ) ନିକଟରେ ଉଠାଇବା ସହିତ ଆପତ୍ତି ଜଣାଇଛି।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଆଇସିଏଓର ନିର୍ଦେଶ ମୁତାବକ କୌଣସି ଦେଶ ଯଦି ଅନ୍ୟ ଏକ ଦେଶର ବାୟୁସୀମା ଦେଇ ଉଡ଼ାଣ କରିବାକୁ ଅନୁମତି ମାଗେ ତେବେ ତାହାକୁ ମଞ୍ଜୁରୀ ଦିଆଯାଏ। କିନ୍ତୁ ପାକିସ୍ତାନ ବାରମ୍ବାର ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରିଆସୁଛି। ପାକିସ୍ତାନ ନିଜର ଏହି ଚିରାଚରିତ ଢଙ୍ଗକୁ ବଦଳାଇବା ସହିତ ଏହା ଉପରେ ପୁନର୍ବାର ବିଚାର କରିବା ଆବଶ୍ୟକ।

Comments are closed.