ନୱାଜ ସରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ : ଚୌଧୁରୀ ଚିନି କାରଖାନା ମାମଲାରେ ଗିରଫ ହୋଇ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଶୁକ୍ରବାର ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ପାଇଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।


ସୂଚନା ମୂତାବକ, ଚୌଧୁରୀ ଚିନି କାରଖାନା ମାମଲାରେ ଅକ୍ଟୋବର ୧୨(ଶନିବାର) ନ୍ୟାସନାଲ ଏକାଉଣ୍ଟାବିଲିଟି ବ୍ୟୁରୋ(ଏନଏବି) ଦ୍ବାରା ଗିରଫ ହୋଇ ସରିଫ ଜେଲରେ ଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଦିନକୁ ଦିନ ତାଙ୍କର ଓଜନ ହ୍ରାସ ହେବାରେ ଲାଗିଲା । ତେଣୁ ୨ଦିନ ତଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ୬୯ ବର୍ଷିୟ ନୱାଜ ଜାମିନ ଆବେଦନ କରିଥିଲେ। ହେଲେ ପ୍ରଥମେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିବା ବେଳେ ଏବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Comments are closed.