ପାକିସ୍ତାନ ଉଚ୍ଚାୟୋଗରୁ ୨୩ ଭାରତୀୟ ପାସପୋର୍ଟ ଗାଏବ

0

ନୂଆଦିଲ୍ଲୀ : ପାକିସ୍ତାନ ଉଚ୍ଚାୟୋଗରୁ ୨୩ ଜଣ ଭାରତୀୟଙ୍କ ପାସପୋର୍ଟ ମିଳୁନଥିବା ସୂଚନା ମିଳିଛି। ଏହି ପାସପୋର୍ଟ ଶିଖ ଧର୍ମାମ୍ବଲମ୍ବୀ ମାନଙ୍କର ବୋଲି ଜଣାପଡିଛି। ପାକିସ୍ତାନରେ ଥିବା ଗୁରୁଦ୍ୱାର ଯିବା ପାଇଁ ଏହି ପାସପୋର୍ଟ ଆବେଦନ କରାଯାଇଥିଲା। ଏହି ସମସ୍ତ ଗୁରୁଦ୍ୱାରରେ କରତାରପୁର କରିଡର ରହିଛି। ଯେଉଁ ମାନଙ୍କର ପାସପୋର୍ଟ ହଜିଛି, ସେମାନଙ୍କ ମଧ୍ୟରୁ କିଛି ଲୋକ ଥାନାରେ ଏତଲା ଦେଇଛନ୍ତି। ଯାହାଫଳରେ ବିଦେଶ ମନ୍ତ୍ରାଳୟକୁ ଏହି ଘଟଣାର ସୂଚନା ଦିଆଯାଇଛି।
ବର୍ତ୍ତମାନ ବିଦେଶ ମନ୍ତ୍ରାଳୟ ହଜିଥିବା ସମସ୍ତ ପାସପୋର୍ଟକୁ ରଦ୍ଧ କରିବାକୁ ଯାଉଛି। ପାକିସ୍ତାନ ୩୮୦୦ ଶିଖ ଶ୍ରଦ୍ଧାଳୁଙ୍କୁ ଭିସା ଦେଇଥିଲା। କାରଣ ୨୧ ରୁ ୩୦ ନଭେମ୍ବର ମଧ୍ୟରେ ହେଉଥିବା ୫୪୯ତମ ପ୍ରକାତ୍ସୋବରେ କାର୍ଯ୍ୟକ୍ରମ ରହିଥିଲା। ଏହି ୩୮୦୦ ଭିଜା ମଧ୍ୟରେ ଏହି ୨୩ ଜଣଙ୍କ ଭିସା ରହିଥିଲା। ପାସପୋର୍ଟ ହଜିବାରେ ପାକିସ୍ତାନ ଅଧିକାରୀଙ୍କ କୌଣସି ଭୁଲ ନଥିବା ପାକିସ୍ତାନ କହିଛି। ପ୍ରଥମେ ଭାରତୀୟ ଏଜେଣ୍ଟ ନିଜର ସମସ୍ତ ଦସ୍ତାବିଜ ପାକିସ୍ତାନ ଉଚ୍ଚାୟୋଗରେ ଜମା କରି ଆସିଥିଲେ। କିନ୍ତୁ ପରେ ସମସ୍ତ ପାସପୋର୍ଟ ଆଣିବାକୁ ଯିବା ସମୟରେ ସେମାନଙ୍କ ପାଖରେ ଏହି ୨୩ଟି ପାସପୋର୍ଟ ଦସ୍ତାବିଜ ନଥିବା କହିଥିଲେ। ଯାହାକୁ ନେଇ ସେ ଭାରତୀୟ ଉଚ୍ଚାୟୋଗକୁ ଜଣାଇଥିଲେ। ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଅଧିକାରୀଙ୍କ କହିବା ଅନୁସାରେ ଏହା ଏକ ଗମ୍ଭୀର ବିଷୟ। ଯାହାର ଦୁବ୍ୟବହାର ରୋକିବା ପାଇଁ ଚେଷ୍ଟା କରିବୁ।

Leave A Reply