ଭୁବନେଶ୍ୱରରେ ପାକିସ୍ତାନ ହକି ଦଳ

0

ଭୁବନେଶ୍ୱର : ହକି ବିଶ୍ବକପ ପାଇଁ ଭୁବନେଶ୍ବର ଚଳଚଞ୍ଚଳ ହୋଇ ଉଠିଛି। ରାଜଧାନୀ ଭୁବନେଶ୍ବରକୁ ବିଭିନ୍ନ ବିଦେଶୀ ହକି ଦଳଙ୍କର ଆଗମନ ହେବାରେ ଲାଗିଛି। ନଭେମ୍ବର ୨୮ତାରିଖରେ ରାଜଧାନୀ ଭୁବନେଶ୍ବରରେ ହକି ବିଶ୍ବକପ ଆରମ୍ଭ ହେବ। ସେଥିପାଇଁ ଶନିବାର ସନ୍ଧ୍ୟାରେ ପାକିସ୍ତାନ ହକି ଦଳ ଭୁବନେଶ୍ବରର ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ନିଆଯାଇଥିଲା। ଶୁକ୍ରବାର ଅପରାହ୍ନ ସମୟରେ ସ୍ପେନ ହକି ଦଳ ଭୁବନେଶ୍ବରରେ ପହଞ୍ଚିଥିଲେ। ବୁଧବାରରେ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ବରରେ ପହଞ୍ଚିଥିଲେ। ଏହାସହ ଗୁରୁବାରରେ ମଧ୍ୟ ଫ୍ରାନ୍ସ ଓ ଚୀନ ଦଳ ପହଞ୍ଚିଥିଲେ।

Leave A Reply