ପାକିସ୍ତାନୀ ଟିଭି ଚ୍ୟାନେଲ ଆଙ୍କର ଓ ବନ୍ଧୁଙ୍କୁ ଗୁଳି କରି ହତ୍ୟା

କରାଚୀ: ପାକିସ୍ତାନର ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲ ‘ବୋଲ୍‌’ର ଆଙ୍କର ମୁରୀଦ ଆବ୍ବାସ ଏବଂ ତାଙ୍କ ବନ୍ଧୁଙ୍କୁ ଗୁଳିକରି ହତ୍ୟା କରାଯାଇଛି। କରାଚୀର ଖୟାବତ-ଏ-ବୁଖାରୀ ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ବ୍ୟକ୍ତିଗତ ଝଗଡ଼ାରୁ ତାଙ୍କୁ ଗୁଳି କରାଯାଇଥିବା ପୁଲିସ କହିଛି। ପାକ୍‌ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆକ୍ରମଣକାରୀର ନାମ ହେଉଛି ଆତିଫ। ସେ ମୁରୀଦଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରିଦେଇଛି। ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିହତ ଆଙ୍କର ମୁରୀଦଙ୍କ ପତ୍ନୀ ଜାରା ଆବ୍ବାସ ମଧ୍ୟ ଜଣେ ନ୍ୟୁଜ୍‌ ଆଙ୍କର। ଆକ୍ରମଣକାରୀ ଆତିଫ ମୁରୀଦଙ୍କ ବ୍ୟବସାୟିକ ପାର୍ଟନର ଥିଲେ। ଡିଆଇଜି ସରଜୀଲ ଖରାଲ କହିଛନ୍ତି ଯେ, ଆବ୍ବାସଙ୍କର କେତେଜଣ ବନ୍ଧୁ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଆଙ୍କରଙ୍କର କୌଣସି ବ୍ୟକ୍ତିଙ୍କ ସହିତ ଟଙ୍କାକୁ ନେଇ ବିବାଦ ରହିଥିଲା। ଏହି ଘଟଣାରେ ଆଙ୍କର ମୁରୀଦଙ୍କ ବନ୍ଧୁ ଖିଜର ହୟାତଙ୍କୁ ମଧ୍ୟ ୨ଟି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Comments are closed.