ମାସୁଦକୁ ଦଲାଇ ଲାମାଙ୍କ ସହ ତୁଳନା କଲେ ପାକ୍‌ ସାମ୍ବାଦିକ

0

ନୂଆଦିଲ୍ଲୀ : ଚୀନ୍‌ କାହିଁକି ମାସୁଦ ଆଝାରକୁ ସୁରକ୍ଷା ଦେଉଛି ତାହାର ବାସ୍ତବ କାରଣ ଦର୍ଶାଇଛନ୍ତି ପାକିସ୍ତାନୀ ସାମ୍ବାଦିକ ହମିଦ ମିର୍‌। ସର୍ବଦା ଭାରତବିରୋଧୀ ଆଭିମୁଖ୍ୟ ପୋଷଣ କରିଆସିଥିବା ହମିଦ ଦର୍ଶାଇଛନ୍ତି ଯେ ଭାରତ ପାଇଁ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଯାହା, ଚୀନ୍‌ ପାଇଁ ମାସୁଦ ଆଝାର ତାହା। ଭାରତ ଦଲାଇ ଲାମାଙ୍କୁ ସୁରକ୍ଷା ଦେଇଥିବାରୁ ଏହାର ପ୍ରତିଷୋଧ ନେବା ଉଦ୍ଧେଶ୍ୟରେ ଚୀନ୍‌ ମାସୁଦ ଆଝାରକୁ ସୁରକ୍ଷା ଦେଉଛି। ଚୀନ୍‌ ସରକାରଙ୍କ ଦୃଷ୍ଟିରେ ଦଲାଇ ଲାମା ଜଣେ ଦେଶଦ୍ରୋହୀ। ଦଶ ବର୍ଷ ପୂର୍ବେ ଚୀନ୍‌ ଦଲାଇ ଲାମାଙ୍କୁ ଜଣେ ଆତଙ୍କବାଦୀ ବୋଲି ଦର୍ଶାଇଥିଲା; ଯାହା ଅଦ୍ୟାବଧି ବଳବତ୍ତର ରହିଥିବା ନେଇ ସେ ଏକ ପୁରୁଣା ଖବରକାଗଜରେ ପ୍ରକାଶିତ ଖବର ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ହମିଦଙ୍କ ଏହି ମତ ପ୍ରକାଶ ପାଇବା ଓ ମାସୁଦ ସହିତ ଦଳାଇ ଲାମାଙ୍କୁ ତୁଳନା କରିବା ନେଇ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

Leave A Reply