ହକି ବିଶ୍ୱକପ ପାଇଁ ପାକିସ୍ତାନକୁ ମିଳିଲା ଭିସା

0

କରାଚି : ଭୁବନେଶ୍ୱରରେ ୨୮ତାରିଖରୁ ହେବାକୁ ଥିବା ହକି ବିଶ୍ୱକପ ପାଇଁ ପାକିସ୍ତାନ ଦଳକୁ ଭିସା ମିଳିଯାଇଛି। ପୂର୍ବରୁ ପାକିସ୍ତାନ ଦଳ ବିଶ୍ୱକପ ନ ଖେଳିବାକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହା ଉପରେ ପୂର୍ଣ୍ଣଛେଦ ପଡିଛି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଖେଳାଳି ମାନଙ୍କୁ ବିଶ୍ୱକପ ପାଇଁ ଭିସା ପ୍ରଦାନ କରାଯାଇଛି। ଏହାବ୍ୟତୀତ ନୂଆ ପ୍ରାୟୋଜକ ନଭେମ୍ବର ୨୮ରୁ ଡିସେମ୍ବର ୧୬ପର୍ଯ୍ୟନ୍ତ ପାକିସ୍ତାନ ଖେଳିବାକୁଥିବା ମ୍ୟାଚରେ ଦଳର ଖର୍ଚ୍ଚ ପାଇଁ ୯୦ଲକ୍ଷ ଟଙ୍କା ପ୍ରଦାନ କରିଛି। ପାକିସ୍ତାନର ହକି ମହାସଂଘର ସଚିବ ଶାହବାଜ ଅହମଦ ଦଳ ସହିତ ଜଡୀତ ସମସ୍ତ ସମସ୍ୟାର ସମାଧାନ ହୋଇଯାଇଥିବା ପ୍ରକାଶ କରିଛନ୍ତିି। ମାତ୍ର ଦଳର ମୁଖ୍ୟ ପ୍ରଶିକ୍ଷକ ତୌକିର ଦର ଏବଂ ସହାୟକ ପ୍ରଶିକ୍ଷକ ଦାନିଶ କଲିମଙ୍କୁ ଏପର୍ଯ୍ୟନ୍ତ ଭିସା ମିଳିନଥିବା ସୂଚନା ମିଳିଛି।

Leave A Reply