ପାକ ସେନାର ସମାଲୋଚନା କରୁଥିବା ପାକିସ୍ତାନ ଯୁବକଙ୍କୁ ହତ୍ୟା

ଇସଲାମାବାଦ . – ପାକିସ୍ତାନ ସେନାର ବିଭିନ୍ନ ବର୍ବର କାର୍ଯ୍ୟକୁ ସମାଲୋଚନା କରୁଥିବା ପାକିସ୍ତାନର ଜଣେ ବୁଦ୍ଧିଜୀବୀଙ୍କୁ ହତ୍ୟା କରାଯାଇଛି । ଏହି ୨୨ ବର୍ଷିଅ ବୁଦ୍ଧିଜୀବୀ ତଥା ବ୍ଲଗର ବିଭିନ୍ନ ସମୟରେ ପାକିସ୍ତାନ ସେନା ଓ ତାଙ୍କର ଗୁଇନ୍ଦା ସଂସ୍ଥାର ସମାଲୋଚନା କରୁଥିଲେ । ଏଥିପାଇଁ ସେ ଏକ ବ୍ଲଗ ତିଆରି କରିବା ସହ ସେଥିରେ ପାକିସ୍ତାନ ସେନା ବିରୋଧି ତଥ୍ୟକୁ ପୋଷ୍ଟ କରୁଥିଲେ । ମହମ୍ମଦ ବିଲାଲ ଖାନ ନାମକ ଏହି ଯୁବକ କେତକ ଖବର କାଗଜ ପାଇଁ ଲେଖା ଲେଖି କରୁଥିଲେ । କିଛି ଦିନ ତଳେ ସେ ତାଙ୍କ ବନ୍ଧୁମାନଙ୍କ ସହ ଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କର କଲ୍‌ ଆସିଥିଲା । ସେ ତାଙ୍କୁ ଡାକିକରି ନିକଟସ୍ଥ ଜଙ୍ଗଲକୁ ନେଇଥିଲେ । ଏହାପରେ ତାଙ୍କର ମୃତଦେହକୁ ସେଠାରୁ ଉଦ୍ଧାର କରିଯ।ଇଛି । ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ବିଲାଲଙ୍କର ଟ୍ୱିଟରରେ ୧୬ ହଜାର ଫଲୋର୍ସ , ୟୁଟ୍ୟୁବ୍‌ରେ ୪୮ ହଜାର ଓ ଫେସ୍‌ବୁକ୍‌ରେ ୨୨ ହଜାର ଫଲୋର୍ସ ରହିଛନ୍ତି ।

ଏହାପରେ ବିଲାଲଙ୍କୁ ନ୍ୟାୟ ଦେବା ପାଇଁ ପାକିସ୍ତାନରେ ଜୋରଦାର ଦାବି ହେଉଛି । ପୁଲିସ ଆତଙ୍କବାଦୀ ବିରୋଧି ଆଇନ ସହ ବିଭିନ୍ନ ଦପା ଲଗାଇ ଏହାର ତଦନ୍ତ କରୁଛି । ଏହି ଘଟଣା ପରେ ତାଙ୍କ ପରିବାର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Comments are closed.