ଧାଡି ପହଣ୍ଡିରେ ରଥରେ ବିଜେ କଲେ ଚତୁର୍ଦ୍ଧା  ମୂର୍ତ୍ତୀ

0

ପୁରୀ:ପୁରୀରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ । ଭୋର ୪ଟା୩୦ ମିନିଟରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା । ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ  ପହଣ୍ଡି ଆରମ୍ଭ ହୋଇଥିଲା ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବୀଦଳନ ରଥକୁ ଅଣାଯାଇଥିଲା । ପରେ ସୁଭଦ୍ରା,ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ରଥାରୂଢ କରାଇଛନ୍ତି  ସେବକମାନେ ।

‘ସୁଦର୍ଶନ୍ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍

ସୁଭଦ୍ରା ଚ ତତୋ ନୀତ୍ବା ଜଗଦୀଶଂ ସୁରେଶ୍ବରମ”

କାହାଳୀ, ଘଣ୍ଟ ର ତାଳେ ତାଳେ ପହଣ୍ଡି କରାଯାଇଥିଲା ଶ୍ରୀବିଗ୍ରହ ମାନଙ୍କର. ହରିବୋଲ ହୁଳ ହୁଳୀ ଶବ୍ଦରେ ପ୍ରକମ୍ପିତ ହେଉଛି  ବଡ ଦାଣ୍ଡ ।

Leave A Reply