ଧାନ ଢାଳି ରାସ୍ତା ଅବରୋଧ

0

ନରସିଂହପୁର : ଧାନ ମଣ୍ଡିରେ ଅଚଳାବସ୍ଥାକୁ ନେଇ ନରସିଂହପୁରରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକ ଜିଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକଳବା ଛକରେ ଶତାଧିକ ଚାଷୀ ରାସ୍ତାରେ ଧାନ ଢାଳି ଅବରୋଧ କରିଛନ୍ତି। ଫଳରେ କଟକ-ନରସିଂହପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ମଣ୍ଡିରେ ସପ୍ତାହକୁ ଥରେ ଧାନ ସଂଗ୍ରହ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ମିଲର୍ସମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଧାନ ନେବାକୁ ଆସିନଥିବା ଅଭିଯୋଗ ହୋଇଛି। ଚାଷୀମାନଙ୍କ ଧାନ ବିକ୍ରି ହୋଇ ନପାରିବାକୁ ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply