ପବିତ୍ର ପଞ୍ଚୁକ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଭୁବନେଶ୍ୱର / ପୁରୀ : ଆଜି ଅର୍ଥାତ ଶୁକ୍ରବାର ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ (ଦେବୋତ୍ଥାନ ଏକାଦଶୀ) ତିଥିରେ ପବିତ୍ର ମହାପଞ୍ଚୁକ ଆରମ୍ଭ ହୋଇଛି। ପବିତ୍ର ପଞ୍ଚୁକ ଉପଲକ୍ଷେ ରାଜ୍ୟର ସମସ୍ତ ଗାଁ ଓ ସହରର ମନ୍ଦିରମାନଙ୍କର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। କଟକ,ଭୁବନେଶ୍ୱରର ବିଭିନ୍ନ ମନ୍ଦିର ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏତଦ ବ୍ୟତୀତ ରାଜ୍ୟର ଅନ୍ୟ ଶୈବପୀଠ ଗୁଡ଼ିକରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଛି। ଏହାଛଡ଼ା ଶ୍ରୀକ୍ଷେତ୍ର ପୁରୀରେ ମହାପଞ୍ଚୁକ ଅବସରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶରେ ହଜାର ହଜାର ହବିଷ୍ୟାଳି ଓ ବହୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପାଞ୍ଚଦିନ ଯାକ ଯେପରି ନୀତିକାନ୍ତି ଶୃଙ୍ଖଳିତ ହେବ, ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପଞ୍ଚୁକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଏକମୁଖୀ ପ୍ରବେଶ ବ୍ୟବସ୍ଥା ସହିତ ବ୍ୟାରିକେଡ଼ କରାଯାଇଛି। ଏହାଛଡ଼ା ୧୦୦ ଅଧିକାରୀଙ୍କ ସହ ୩୦ ପ୍ଲାଟୁନ ପୁଲିସ ର୍ଫୋସ ମୁତୟନ କରାଯାଇଛି।

Comments are closed.