ଗିରଫ ହୋଇପାରନ୍ତି ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏସଏକ୍ସ ମିଡିଆ ମ।।ମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଆଗୁଆ ଜାମିନ ବାତିଲ ସଂକ୍ରାନ୍ତ ହାଇକୋର୍ଟଙ୍କ ନିସ୍ପତି ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଚିଦାମ୍ବରମଙ୍କ ଅର୍ଥ ଠକେଇ ମାମଲାରେ ଆଗୁଆ ଜାମିନ ବାତିଲ କରିଦେଇଥିଲେ। ଏହି ମାମଲାରେ ବିଚାରପତି ସୁନିଲ ଗର ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଆଗତ ଆବେଦନକୁ ମଧ୍ୟ ବାତିଲ କରିଛନ୍ତି।ପରେ ବରିଷ୍ଠ ଆଇନଜିବୀ ଦୟାନ କ୍ରିର୍ଷ୍ଣନ ଆସନ୍ତା ତିନି ଦିନ ଯାଏ ସ୍ଥଗିତାଦେଶ ଦେବାକୁ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ତାଙ୍କ ନିଷ୍ପତିରେ ପରିବର୍ତ୍ତନ କରିନଥିଲେ।
ଜବାବ ସୁଆଳ ସମୟରେ ଉଭୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି ତାଙ୍କୁ ଜାମିନ ନଦେବାକୁ ଯୁକ୍ତି ଉପସ୍ଥାପନ କରିଥିଲେ।ସୂଚନାଯୋଗ୍ୟ ଏହି ମାମଲରେ ଚିଦାମ୍ବରମ ୩୦୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ଏବଂ ପୂର୍ବରୁ ନ୍ୟାୟାଳୟ ତାଙ୍କୁ ଏହି ମାମଲରେ ୨୪ ଥର ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

Comments are closed.