ଚିଦାମ୍ବରମଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ

0

ନୂଆଦିଲ୍ଲୀ : ସିବିଆଇ ଭାରତରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପତ୍ନୀ ନଲିନୀ ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ନଲିନୀ ଚିଟଫଣ୍ଡ ଘୋଟାଲାରେ ଲିପ୍ତଥିବା ସାରଦା ଗ୍ରୁପର କମ୍ପାନୀରୁ ୧.୪କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭଯୋଗ ହୋଇଛି। ସିବିଆଇ ପ୍ରବକ୍ତା ଅଭିଷେକ ଦୟାଲଙ୍କ କହିବା ଅନୁସାରେ ନଲିନୀ ସାରଦା ଗ୍ରୁପ ମୁଖ୍ୟ ସୁଦିପ୍ତ ସେନଙ୍କ ସହ ଏହି ଟଙ୍କା ଲାଞ୍ଚ ନେଇଥିବା ଯୋଜନା କରିଥିଲେ। ସୂଚନାଯୋଗ୍ୟ ଯେ ସୁଦିପ୍ତ ସେନ ଲୋକମାନଙ୍କୁ ଟଙ୍କା ନ ଫେରେଇବା ଅଭିଯୋଗରେ ୨୦୧୩ରେ କମ୍ପାନୀ ବନ୍ଦ ହୋଇଥିଲା। ୨୦୧୪ରେ ସୁପ୍ରିମକୋର୍ଟ ଏହି ମାମଲାକୁ ସିବିଆଇ ହାତରେ ଦେଇଥିଲେ।
ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ଓ ଇଡିଙ୍କୁ ଗିରଫ ଅବଧି ଫେବୃଆରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

Leave A Reply