ଚିଦମ୍ବରମ୍‌ ଅସୁସ୍ଥ; ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‌ ସୋମବାର ଅସୁସ୍ଥ ହୋଇପଡିଛନ୍ତି। ପେଟରେ ଯନ୍ତ୍ରଣା ଯୋଗୁଁ ସନ୍ଧ୍ୟା ପ୍ରାୟ ୫ଟା ୩୦ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତିକରାଯାଇଥିଲା। କିଛି ସମୟରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଆର୍ଥିକ ଅନିୟମିତତାକୁ ନେଇ ଉଭୟ ସିବିଆଇ ଓ ଇଡି ଚିଦମ୍ବରମ୍‌ଙ୍କ ବିରୋଧରେ ମାମଲା ଚଳାଇବା ସହିତ ଗିରଫ କରିଛନ୍ତି। ସିବିଆଇ ମାମଲାରେ ଚିଦମ୍ବରମ୍‌ଙ୍କୁ ଜାମିନ ମିଳିଥିବାବେଳେ ଇଡି ମାମଲାରେ ଜାମିନ ଆବେଦନ ଉପରେ ନଭେମ୍ବର ୪ରେ ଶୁଣାଣି ନିମନ୍ତେ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଜାମିନ ଆବେଦନରେ ଚିଦମ୍ବରମ୍‌ ଅସୁସ୍ଥତାକୁ ପ୍ରମୁଖ କାରଣ ଭାବେ ଦର୍ଶାଇଛନ୍ତି। ଗୁରୁବାର ଅଦାଲତ ତାଙ୍କ ନିର୍ଦେଶରେ କହିଥିଲେ ଯେ ଚିଦମ୍ବରମ୍‌ଙ୍କର କୌଣସି ଡାକ୍ତରୀ ସମସ୍ୟା​‌ ଦେଖାଗଲେ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯିବ।

Comments are closed.