ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ :  ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଓଟିଇଟି ପରୀକ୍ଷା ଫଳ ଗୁରୁବାର ସନ୍ଧ୍ୟାରେ ପ୍ରକାଶ ପାଇଛି । ଏହାକୁ ବୋର୍ଡ ଓ୍ବେବସାଇଟ୍ www.bseodisha.in ରେ  ଉପଲବ୍ଧ କରାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଅକ୍ଟୋବର ମାସରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।  ଏଥିରେ ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପାଇବା ପାଇଁ ସୂଚନା ଦିଆ ଯାଇଥିଲା । ପ୍ରଶ୍ନପତ୍ରରେ ଥିବା ତୃଟିକୁ ମନ୍ତ୍ରୀ ସ୍ବୀକୀର କରିଥିଲେ । ଯାହାବି ତୃଟି ଅଛି ଅନୁଧ୍ୟାନ କରି ସମାଧାନ କରିବାକୁ ମଧ୍ୟମିକ ଶିକ୍ଷା ବୋର୍ଡକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଥିଲେ ।

 

Comments are closed.