ଜଗତସିଂହପୁରରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

0

ଜଗତସିଂହପୁର : ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ଲାଗି ଉଦ୍ଦିଷ୍ଟ ଓଟିଇଟି ଆଜି ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଛି। ପୂର୍ବାହ୍ନ ୧୦ରେ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲାର କିଛି ପରୀକ୍ଷାର୍ଥୀ ଏଭଳି ଅଭିଯୋଗ ଆଣିଛନ୍ତି। ଓଟିଇଟି ପ୍ରଶ୍ନପତ୍ରର ନକଲ ମୋବାଇଲ୍‌ ଫୋନ୍‌ ଯୋଗେ ଜଣକ ହାତରୁ ଅନ୍ୟ ଜଣକ ହାତକୁ ଯାଉଥିବା କୁହାଯାଉଛି। ତେବେ ଏହି ପ୍ରଶ୍ନପତ୍ରର ନକଲ ଅବିକଳ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଥାନାରେ ମଧ୍ୟ ଅଭିଯୋଗ ହୋଇନଥିବାରୁ ପୁଲିସ ତଦନ୍ତ ଆରମ୍ଭ କରି ନଥିବା ଜଣାପଡ଼ିଛି। ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରୁ ଏଭଳି କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ।

Leave A Reply