ଗିରଫ ହେଲେ ଓସ୍କାର ନିର୍ଦ୍ଦେଶକ

0

ଭୁବନେଶ୍ୱର: ବହୁ କୋଟି ଟଙ୍କା ଠକେଇ ମାମଲାରେ ଚିଟଫଣ୍ଡ କମ୍ପାନୀ ‘ଓସ୍କାର’ର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସ୍ୱାଇଁଙ୍କୁ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାପଡିଛି। ପୂର୍ବରୁ ରବୀନ୍ଦ୍ରଙ୍କ ନାମରେ ୧୩୦କୋଟି ଟଙ୍କାର ଠକେଇ ଅଭିଯୋଗ ଥିଲା। ସୂଚନା ମୁତାବକ, ଏହା ପୂର୍ବରୁ ଚିଟ୍‍ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କ ସହ ୬ଜଣ ଗିରଫ ହୋଇସାରିଛନ୍ତି। ଓସ୍କାର ଗ୍ରୁପ ଅଫ କମ୍ପାନୀର ସହଯୋଗୀ ସଂସ୍ଥା ଓସ୍କାର ଇନ୍ଫ୍ରାଡେଭେଲପମେଣ୍ଟ ଲିମିଟେଡ଼ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ୪୫ ବର୍ଷୀୟ ରବୀନ୍ଦ୍ର ଗିରଫଦାରୀ ଏଡ଼ାଇବାକୁ ଯାଇ ଫେରାର ଥିଲେ। ଗଞ୍ଜାମର ଜଗଦୀଶ ରାଉତଙ୍କ ଅଭିଯୋଗ କ୍ରମେ ରବୀନ୍ଦ୍ରଙ୍କ ନାମରେ ମାମଲା ଦାୟର କରାଯାଇଥିଲା।

Leave A Reply