୪୮ ଘଣ୍ଟାରେ ବୀକାନେର ଛାଡିବାକୁ ପାକିସ୍ତାନୀ ନାଗରିକଙ୍କୁ ନିର୍ଦେଶ

0

ଜୟପୁର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବୀକାନେରରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଜିଲା ଛାଡିବାକୁ ନିର୍ଦେଶ ହୋଇଛି । ବୀକାନେର ଜିଲା ମାଜିଷ୍ଟ୍ରେଟ୍ କୁମାରପାଲ ଗୌତମ ସୋମବାର ଏହି ନିର୍ଦେଶ ଦେବା ସହ ୧୪୪ ଧାରା ମଧ୍ୟ ଜାରି କରିଛନ୍ତି ।

ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦେଶ ଅନୁଯାୟୀ, ବିକାନେର ପାକିସ୍ତାନ ସୀମା ନିକଟରେ ହୋଇଥିବାରୁ ପାକିସ୍ତାନୀ ନାଗରିକ ସେଠାରେ ରହିବା ଏବଂ ଚଳପ୍ରଚଳ କରିବା ଦ୍ବାରା ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀ ନାଗରିକ ଜିଲ୍ଲା ଛାଡ଼ି ଚାଲି ଯିବାକୁ ନିର୍ଦେଶ ଦିଆଯାଇଛି । ବୀକାନେର ସୀମାନ୍ତ ଅଞ୍ଚଳରେ ଥିବା ହୋଟେଲ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ପାକିସ୍ତାନୀ ନାଗରିକଙ୍କୁ ହୋଟେଲରେ ଆଶ୍ରୟ ନ ଦେବା ପାଇଁ ନିର୍ଦେଶ ହୋଇଛି । ଏହି ନିର୍ଦେଶ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଲାଗୁ କରାଯିବ ।

Leave A Reply