ଓପୋ ରିଅଲମି-୩ର ବଜାର ପ୍ରବେଶ

0

ନୂଆଦିଲ୍ଲୀ : ଓପୋର ସବ୍ ବ୍ରାଣ୍ଡ ରିଅଲମି ତାର ନୂଆ ସ୍ମାର୍ଟଫୋନ ରିଅଲମି-୩ର ସୋମବାର ବଜାର ପ୍ରବେଶ କରିଛି। ନୂଆଦିଲ୍ଲୀରେ ଆୟୋଜିତ କ କାର୍ଯ୍ୟକ୍ରମରେ ଏହି ଫୋନକୁ ଲଞ୍ଚ କରାଯାଇଛି। ଏଥିରେ ୱାଟର ଡ୍ରପ ନୋଟ ଡିସପ୍ଲେ ସହିତ ଡୁଆଲ ରିୟର କ୍ୟାମେରା ଏବଂ ବଡ ବ୍ୟାଟେରୀ ଦିଆଯାଇଛି।

courtesy-india gizmo

ରିଅଲମି-୩ର ବିଶେଷତ୍ୱ ବିଷୟରେ କହିଲେ ଏହି ଫୋନରେ ରିଅଲମି-୧ଭଳି ଡାଇମଣ୍ଡ କଟ୍‍ ମିଳିବ। ଏହି ଫୋନକୁ ଇନ-ଡିସପ୍ଲେ ଟିପଚିହ୍ନ ସେନସର ସହିତ ଲଞ୍ଚ କରାଯାଇଛି। ଫୋନରେ ମିଡିଆଟେକର ହିଲିୟୋ ପି-୭୦ପ୍ରୋସେସର ଦିଆଯାଇଛି।

courtesy-specsraja.com

ଖବର ଅନୁସାରେ, ରିୟଲମି କିଛିଦିନତଳେ ରିଅଲମି ୟୁ-୧ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଯେଉଁଥିରେ ହିଲିୟୋ ପି-୭୦ ପ୍ରୋସେସର ଦିଆଯାଇଛି। ୨୫ମେଗାପିକ୍ସେଲର ଆଗପଟ କ୍ୟାମେରା ଏବଂ ୬.୩ଇଞ୍ଚର ଡିସପ୍ଲେ ରହିଛି। ଏହି ଫୋନ ଉଭୟ ଅଫଲାଇନ୍‍ ଏବଂ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି।

Leave A Reply