ହିଲିଓ ପି-୩୫ପ୍ରୋସେସର ସହିତ ଖୁବଶୀଘ୍ର ବଜାରକୁ ଆସିବ ‘ଓପୋ ଏ-୫ଏସ୍‍’

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ନୂଆ ସ୍ମାର୍ଟଫୋନ ଏ-୫ଏସ୍‍କୁ ପରବର୍ତ୍ତି ସପ୍ତାହରେ ଲଞ୍ଚ କରିବାକୁ ଯାଉଛି। ଏହି ଫୋନରେ ମେଡିଆଟେକ ହିଲିଓ ପି୩୫ ପ୍ରୋସେସର ଦିଆଯିବ। ଓପୋ ଏ-୫ଏସ୍‍ର ମୂଲ୍ୟ ୧୦ହଜାର ଟଙ୍କା ଭିତରେ ହେବ ବୋଲି ଅନୁମାନ କରାଯାଉଛି।

pic courtesy-jamonline.com

ଫୋନରେ ୬.୨ଇଞ୍ଚର ଏଚଡିପ୍ଲସ୍‍ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିବ। ଫଟୋଗ୍ରାଫି ପାଇଁ ଏଥିରେ ୧୩ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଏବଂ ୨ମେଗାପିକ୍ସଲର ଦ୍ୱିତୀୟ କ୍ୟାମେରାଟି ଦିଆଯିବ। ଫୋନରେ ସେଲଫି ପାଇଁ ୮ମେଗାପିକ୍ସେଲର କ୍ୟାମେରା ସେଟଅପ୍ ଦିଆଯିବ। ଏଥିରେ ୨.୩ଗିଗାହଟର୍ଜ ମେଡିଆଟେକ ହିଲିଓ ପି୩୫ ଅକ୍ଟାକୋର ପ୍ରୋସେସର ଦିଆଯିବ। ଏହି ଫୋନ ୨ଜିବ, ୩ଜିବି ଏବଂ ୪ଜିବି ରାମରେ ଉପଲବ୍ଧ ହେବ। ଫୋନରେ ୩୨ଜିବିର ଇଣ୍ଟରନାଲ ଷ୍ଟୋରେଜ ରହିବ। ଯାହାକୁ ମେମୋରି କାର୍ଡ ସାହାଯ୍ୟରେ ବଢାଇପାରିବେ।

pic courtesy-youtube

ଏଥିରେ ୪୨୩୦ଏମ୍ଏଚ୍ ବ୍ୟାଟେରି ମିଳିବ। ଯାହା ୫ଭି/୨ଏ(୧୦ୱାଟ) ଚାର୍ଜିଙ୍ଗ ଇନପୁଟ ସହିତ ଦିଆଯିବ। ଏହି ଫୋନ କଲର ଓଏସ୍‍ ୫.୨ ଆଧାରିତ ଆଣ୍ଡ୍ରଏଡ ୮.୧ଓରିଓ ଉପରେ କାମକରିବ। ସଂଯୋଗ ପାଇଁ ଏଥିରେ ୪ଜି ଭୋଲଟିଇ, ୱାଇ-ଫାଇ, ୨.୪ଗିଗା ହଟର୍ଜ, ବ୍ଲୁଟୁଥ ୪.୨, ଜିପିଏସ୍‍, ୩.୫ଏମଏମ ଅଡିଓ ଜ୍ୟାକ୍‍ ଏବଂ ମାଇକ୍ରୋ ୟୁଏସବି ୨.୦ଭଳି ଫିଚରସ୍‍ ମିଳିବ।

Comments are closed.