୩୨ କିଲୋମିଟର ଦୂରରୁ ଅସ୍ତ୍ରୋପଚାର

0

ବିଶ୍ୱରେ ପ୍ରଥମ ଥର ପାଇଁ ୩୨ କିଲୋମିଟର ଦୂରରୁ ଏକ ଅସ୍ତ୍ରୋପଚାର କରାଯାଇଛି। ଏମିତି ଏକ ଆଶ୍ଚର୍ଯ୍ୟଜନକ ଅସ୍ତ୍ରୋପଚାର ଅହମ୍ମଦାବାଦରେ କରାଯାଇଥିବା ବେଳେ ଏହି ଅସ୍ତ୍ରୋପଚାର କରିଥିବା ଗୁଜରାଟର ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ତେଜସ ପଟେଲ ଏବେ ଚର୍ଚ୍ଚାରେ। ଏହାକୁ ବିଶ୍ୱର ସର୍ବପ୍ରଥମ ଟେଲି ରୋବଟିକ୍‍ ହାର୍ଟ ସର୍ଜରୀ ବୋଲି କୁହାଯାଉଛି। ବିଶ୍ୱର ପ୍ରଥମ ଟେଲିରୋବଟିକ୍‍ କରୋନାରି ଇଣ୍ଟରଭେନ୍‍ସନ୍‍ ଦ୍ୱାରା ଜଣେ ମହିଳାଙ୍କ ହୃତପିିଣ୍ଡ ଅସ୍ତ୍ରୋପଚାର କରାଯାଇଛି। ଏହି ଅପରେସନ ଚାଲିଥିବା ବେଳେ ଡାକ୍ତର ରୋଗୀଙ୍କଠାରୁ ୩୨ କିଲୋମିଟର ଦୂରରେ ଗାନ୍ଧୀନଗରର ଅକ୍ଷରଧାମସ୍ଥିତ ସ୍ୱାମୀନାରାୟଣ ମନ୍ଦିର ପରିସରରେ ବସିଥିଲେ। ରୋଗୀଙ୍କ ନିକଟରେ ଜଣେ ଡାକ୍ତର ଏବଂ ପାରାମେଡିକାଲ ଦଳ ଉପସ୍ଥିତ ଥିଲେ। ଡାକ୍ତର ତେଜସ୍‍ ୨୦୧୫ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ଏହାପୂର୍ବରୁ ୨୦୦୫ ମସିହାରେ ସେ ଚିକିତ୍ସା ବିଜ୍ଞାନର ସମ୍ମାନଜନକ ବିସି ରାୟ ପୁରସ୍କାର ପାଇଥିଲେ। ସାରା ବିଶ୍ୱରେ ସେ ୫ ହଜାର ହୃଦ୍‌ରୋଗ ଚିକିତ୍ସକଙ୍କୁ ତାଲିମ୍‍ ଦେଇଛନ୍ତି।

Leave A Reply