ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଉପସ୍ଥାନ : ସମୀର ରଞ୍ଜନ ଦାସ

ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ନୂତନ ପଦକ୍ଷେପ ସ୍ୱରୂପ ଏଣିକି ସ୍କୁଲଗୁଡିକରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲରେ କେତେ ସମୟ ବିତାଉଛନ୍ତି ତାହା ସହଜରେ ବିଭାଗକୁ ଜଣାପଡିବ। ପାଇଲଟ୍‍ ପ୍ରକଳ୍ପ ଭାବେ ଏହି ଉପସ୍ଥାନ ବ୍ୟବସ୍ଥା ପ୍ରଥମେ ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ସ୍କୁଲରୁ ଆରମ୍ଭ କରାଯିବ।
ଏଥିସହ ଶିକ୍ଷା ବିଭାଗ ରାଜ୍ୟରେ ୧୦୦ଟି ଉତ୍କର୍ଷ ସ୍କୁଲ ଚିହ୍ନଟ କରି ସେଠାରେ ସ୍ପୋକନ୍‍ ଇଂଲିଶି, କମ୍ପ୍ୟୁଟର ଶିକ୍ଷା ଓ ଅନ୍ୟାନ୍ୟ ଭିତ୍ତିଭୂମି ଯେଗାଇଦେବେ ବୋଲି  ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂଆ ଷ୍ଟୁଡେଣ୍ଟ ହେଲପଲାଇନ ନମ୍ବର ୧୪୪୧୭୧ ଜାରି କରାଯାଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

Comments are closed.