ସୁଳଭ ମୂଲ୍ୟରେ ପିଆଜ ଯୋଗାଇବେ ସରକାର

ଭୁବନେଶ୍ବର :  ପିଆଜର ଅହେତୁକ ମୁଲ୍ୟ ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟୟରେ ଅସନ୍ତୋଷ ସୃଷ୍ଟି ହେଉଥିବାବେଳେ  ଖାଉଟିଙ୍କୁ ସୁଲଭ ଦରରେ ପିଆଜ ଯୋଗାଇଦେବାକୁ  ବୁଧବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଯୋଗାଣ ବିଭାଗ ଅତିରିକ୍ତ ସଚିବ ସବୁ ଜିଲାପାଳଙ୍କୁ ଚିଠି କରିଛନ୍ତି । ସୁଲଭ ମୁଲ୍ୟରେ ଦୋକାନ ଓ ମୈତ୍ରୀ ଦୋକାନ ଖୋଲି ପିଆଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଲାଭକ୍ଷତିରେ କିଣା ଦରରେ ପିଆଜ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ କାରଣରୁ ଏବେ ରାଜ୍ୟରେ ପିଆଜ ଦର ଆକାଶଛୁଆଁ  ରିହିଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ବଜାରରେ ପିଆଜ ଚଢା ଦରରେ ବିକ୍ରି ହେଉଥିଲା। ପିଆଜ ଦାମ୍ ଆହୁରି ୬ରୁ ୧୦ ଟଙ୍କା ବଢିପାରେ ବୋଲି ମଙ୍ଗଳାବାର ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଥିଲେ। ଆମଦାନୀ କମୁଥିବାରୁ ପିଆଜ ଦର ବଢୁଛି। ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ବର୍ଷା ହେଉଥିବାରୁ ମଧ୍ୟ ପିଆଜ ଦର ପ୍ରଭାବିତ ହେଉଛି। ତେବେ ଲୋକଙ୍କୁ ପିଆଜ ଯୋଗାଇଦେବାକୁ ସରକାର ସବୁ ପ୍ରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

Comments are closed.