ମାସ ମାସ ଧରି ଏକତାଙ୍କ ପିଛା କରୁଥିଲା ବ୍ୟକ୍ତି : ଗିରଫ କଲା ପୁଲିସ

0

ମୁମ୍ବଇ : ଟେଲିଭିଜନ୍‍ ଜଗତର ଜଣାଶୁଣା ପ୍ରଯୋଜିକା ଏକତା କପୁରଙ୍କ ପିଛା କରିବା ଅଭିଯୋଗରେ ଅମ୍ବୋଲୀ ପୁଲିସ ଜଣେ ୩୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବ୍ୟକ୍ତିଙ୍କ ନାମ ସୁଧୀର ରାଜେନ୍ଦ୍ର ସିଂହ। ସୂଚନା ଅନୁସାରେ, ସୁଧୀର ଦୀର୍ଘଦିନ ଧରି ଏକତାଙ୍କୁ ପିଛା କରୁଥିଲେ। ଏପରିକି ପ୍ରାୟ ୩୦ରୁ ଅଧିକ ଥର ସେ ଏକତାଙ୍କୁ ମନ୍ଦିର ଓ ଜିମ୍‍ ଯିବା ବାଟରେ ଅଟକାଇଥିଲେ। ଏକତାଙ୍କ ବାରମ୍ବାର ଅଣଦେଖା କରିବା ସତ୍ତ୍ବେ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଚେତାବନୀ ପରେ ମଧ୍ୟ ସୁଧୀର ତାଙ୍କ ପିଛା ଛାଡ଼ୁନଥିଲେ। ଶେଷରେ ଏକତାଙ୍କ ଅଭିଯୋଗ ପରେ ପୁଲିସ ବୀର ଦେସାଇ ରୋଡ଼ରୁ ସୁଧୀରଙ୍କୁ ଗିରଫ କରିଥିଲା। ପୁଲିସର କହିବା ଅନୁସାରେ, ସେ ଏକତାଙ୍କ ସହ ବନ୍ଧୁତ୍ୱ କରି ତାଙ୍କ ଠାରୁ ଚାକିରି ପାଇବା ପାଇଁ ଏପରି କରୁଥିଲେ। ତେବେ ଏକତାଙ୍କ ବିଷୟରେ ସମସ୍ତ ସୂଚନା ତାଙ୍କୁ କିଏ ଦେଉଥିଲା ବୋଲି ପୁଲିସ ଛାନବିନ୍‍ କରୁଛି।

Leave A Reply