ଶୀତଳ ଯୁଦ୍ଧରେ ମହାକାଶରେ ମୁହାଁ ମୁହିଁ ହୋଇଥିଲେ ଆମେରିକା ଓ ଋଷ୍‌

0

ନୂଆଦିଲ୍ଲୀ: ଆମେରିକାର ଓ ଋଷ୍‌ ମଧ୍ୟରେ କାହିଁ କେତେ କାଳରୁ ଶୀତଳ ଯୁଦ୍ଧ ଚାଲି ଆସିଛି । ଏହି ଦୁଇ ଦେଶ ମଧ୍ୟରେ ସାମ୍ନା ସାମ୍ନି ଯୁଦ୍ଧ ହୋଇ ନଥିଲେ ବି ଆଜି ପର୍ଯ୍ୟନ୍ତୁ ଶୀତଳ ଯୁଦ୍ଧ ଚାଲିଛି । ଏପରି କି ବିଭିନ୍ନ ଦେଶର ଅନ୍ତରୀଣ ମାମଲାରେ ଏହି ଦୁଇ ଦେଶ ହସ୍ତକ୍ଷେପ କରିଥାଆନ୍ତି । କେବଳ ସେତିକି ନୁହଁ ପରମାଣୁ ଅସ୍ତ୍ର ଶସ୍ତ୍ର ଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ସବୁଥିରେ ଏହି ଦୁଇ ଦେଶ ମଧ୍ୟରେ  ପ୍ରତିଦ୍ୱନ୍ଦିତା ଲାଗିଛି ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧପରେ ଋଷ୍‌ ଓ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ତୀବ୍ର ହୋଇଥିଲା । ୧୯୭୫ ମସିହାରେ ଏହି ଦୁଇ ଦେଶର ମହାକାଶ ଯାନ ଅନ୍ତରୀକ୍ଷରେ ସାମ୍ନାସାମ୍ନି ହୋଇଥିଲେ । ୧୯୭୫ ମସିହାର ଜୁଲାଇ ୧୭ ତାରିଖରେ ଆମେରିକାର ମହାକାଶ ଯାନ ଆପୋଲୋ ୧୮ ଓ ଋଷ୍‌ର ସେତେ ବେଳର ସୋଭିଏତ୍‌ ୟୁନିଅନ୍‌ର ମହାକାଶ ଯାନ ସୁଏଜ୍‌ ୧୯ ମହାକାଶରେ ସାମ୍ନାସାମ୍ନି ହୋଇଥିଲା । ମାତ୍ର ଏହା ଯୁଦ୍ଧ ପାଇଁ ନୁହେଁ ମିଳିତ ଭାବେ ମହାକାଶରେ ଗବେଷଣା ପାଇଁ ଏହି ଦୁଇ ମହାକାଶ ଯାନରେ ଥିବା ବୈଜ୍ଞାନିକମାନେ ଏକାଠି ହେବା ସହ ଏକାଠି ଗବେଷଣା ବି କରିଥିଲେ । ମହାକାଶରେ ଦୁଇ ଦେଶ ଏକାଠି ଗବେଷଣା କରି ପାରିଥିବାରୁ ପୃଥିବୀ ପୃଷ୍ଠରେ ଏହି ଦୁଇ ଦେଶ ଏକାଠି କାମ କରିପାରିବେ ବୋଲି ନାସାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦେଶର ବୈଜ୍ଞାନିକ କହିଛନ୍ତି ।

ଏହି ଦୁଇ ଦେଶ ମଧ୍ୟରେ ମହାକାଶରେ ଜୋର ଦାର ପ୍ରତିଦ୍ୱନ୍ଦିତା ହୋଇଥିଲା । ମାତ୍ର ଏହା  ଭିତରେ ଆମେରିକା ବାଜି ମାରି ନେଇଥିଲା । ଆମେରିକା ପକ୍ଷରୁ ଚନ୍ଦ୍ରକୁ ପ୍ରଥମ ମାନବ ପ୍ରେରଣ ସଫଳ ହୋଇଥିଲା । ହେଲେ ଏହାପରେ ମହାକାଶରେ ଦୁଇ ଦେଶର ବୈଜ୍ଞାନିକ ୧୯୭୫ ମସିହାରେ ଏକାଠି ହୋଇଥିଲେ  ଓ ଗବେଷଣା କରିଥିଲେ । ଦୁଇ ଦେଶ ଏକାଠି କାମ କଲେ ବିଶ୍ୱର ଅନେକ ମଙ୍ଗଳ ହେବ ବୋଲି ଦୁଇ ଦେଶର ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି ।

ତଥ୍ୟ-ନାସା

ଆଲେଖ୍ୟ -ଜିତ୍‌ ପଟ୍ଟନାୟକ

Leave A Reply