ରବର୍ଟ ଭଦ୍ରା ପୁଣି ଇଡିରେ ହାଜର

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ଶନିବାର ତୃତୀୟ ଥର ପାଇଁ କେନ୍ଦ୍ରୀୟ ଦିଲ୍ଲୀର ଜାମନଗର ହାଉସ୍‌ସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ବୁଧବାର ସାଢ଼େ ୫ଘଣ୍ଟା ଓ ଗୁରୁବାର ଦୀର୍ଘ ୯ ଘଣ୍ଟାର ଜେରା ପରେ ଶୁକ୍ରବାର ଇଡି ଡାକରାକ୍ରମେ ସକାଳ ୧୦ଟା ୪୫ରେ ରବର୍ଟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଫେରାର ପ୍ରତିରକ୍ଷା ସାମଗ୍ରୀ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ପର୍କରେ ବିଷୟ ପୁନଃ ପ୍ରଶ୍ନ କରାଯାଇଥିବା ଜଣାଯାଇଛି। ଆସନ୍ତା ୧୨ ତାରିଖରେ ସେ ପୁନର୍ବାର ରାଜସ୍ଥାନର ଜୟପୁରଠାରେ ଇଡି ଜେରାର ସମ୍ମୁଖୀନ ହେବେ ।

Leave A Reply