ଅଂଶୁଘାତରେ ବୃଦ୍ଧ ମୃତ ଅଭିଯୋଗ

ନୂଆପଡ଼ା : ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ସମରସିଙ୍ଗ ପଞ୍ଚାୟତର ଭୁଖାଢୋଲ ଗ୍ରାମରେ ଅଂଶୁଘାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧ ଜଣଙ୍କ ଶୋଭାସିଂ ମାଝୀ(୭୦)। ସୂଚନା ମୁତାବକ, ଶୁକ୍ରବାର ସକାଳୁ ଶୋଭାସିଂ ମାଝୀ ଠାକୁରପାଲି ଗ୍ରାମ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ। କେନ୍ଦୁପତ୍ର ତୋଳି ୧୨ଟା ସମୟରେ ଘରକୁ ଫେରୁଥିବାବେଳେ ଅସହ୍ୟ ଖରାକୁ ସହ୍ୟ କରିନପାରି ତାଙ୍କର ମୁଣ୍ଡ ବୁଲାଇଦେବାରୁ ସେ ହଠାତ ମୁହଁ ତଳକୁ କରି ପଡ଼ିଯାଇଥିଲେ। ଯାହାଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଲଖନା ରାଜସ୍ୱ ନିରୀକ୍ଷକ ବିଜୟ ପଣ୍ଡା ଓ ଲେଖନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଥିଲେ। ଶବ ଶତ୍କାର ପାଇଁ ସମରସିଙ୍ଗ ପଞ୍ଚାୟତର ସରପଞ୍ଚ ସେଫାଲୀ ରଣା ହରିଶ୍ଚଚନ୍ଦ୍ର ଯୋଜନାରେ ୨ହଜ।।ର ଟଙ୍କା ପ୍ରଦାନ କରିଥିଲେ। ମୃତ ବୃଦ୍ଧା ଜଣଙ୍କ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଦେବାପାଇଁ ସାଧାରଣରେ ଦାବି ହୋଇଛି।

Comments are closed.