ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ବଲାଙ୍ଗିର: ପୁଇଁନ୍ତଲା ଥାନା ଅନ୍ତର୍ଗତ ବୁଢିସିଣ୍ଡୋଳ ଗାଁରେ ଶନିବାର ସନ୍ଧ୍ୟାରେ ବନ୍ଧରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୁଢିସିଣ୍ଡୋଲ ଗାଁର ଗଦନ ମହାକୁର ମହାକୁର(୬୦) ନିକଟସ୍ଥ ଜୁନାପଦର ଗାଁ ପୋଖରୀକୁ ସନ୍ଧ୍ୟାରେ ପଦ୍ମଫୁଲ ତୋଲିବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ପାଇ ପୁଇଁନ୍ତଲା ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Comments are closed.