ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ବିଷ୍ଟା ଖୁଆଇଲେ

0

ବ୍ରହ୍ମପୁର : ପୁରୁଷୋତ୍ତମପୁର ଥାନା ଅଧୀନ ପଣ୍ଡିଆ ପଞ୍ଚାୟତ ପାଣ୍ଡରପଲ୍ଲୀ ଗାଁରେ ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ସୁଦର୍ଶନ ବେହେରା ଓ ତାଙ୍କ ପତ୍ନୀ ଅପି ବେହେରାଙ୍କ ହାତ ବାନ୍ଧି ନିସ୍ତୁକ ମାଡ ମରାଯିବା ସହ ବିଷ୍ଟା ଖୁଆଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁଣି ଗରେଡି ସନ୍ଦେହ କରି ସେହି ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି। ପରେ ଘଟଣା ସମ୍ପର୍କରେ ସୂଚନା ପାଇ ପୁରୁଷୋତ୍ତମପୁର ଥାନା ଇନ୍ସପେକ୍ଟର ଅଜୟ କୁମାର ବାରିକ ସଦଳବଳେ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ବୃଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ। ଭୟଭୀତ ବୃଦ୍ଧ ଦମ୍ପତ୍ତିଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ସେଠାରେପୁଲିସ ମୁତୟନ କରାଯାଇ ତୀକ୍ଷ୍ଣ ନଜର ରଖାଯାଇଛି।

Leave A Reply