କର୍ଣ୍ଣାଟକରେ ୬ମାସ ପାଇଁ ବନ୍ଦ ହେଲା ଓଲା

0

ନୂଆଦିଲ୍ଲୀ : କ୍ୟାପ ସର୍ଭିସ ଉପଲବ୍ଧ ଭାରତୀୟ କମ୍ପାନୀ କେବ ଏଗ୍ରିଗେଟର ଲାଇସେନ୍ସକୁ କର୍ଣ୍ଣାଟକ ସରକାର ପରିବହନ ବିଭାଗ ୬ମାସ ପାଇଁ ରଦ୍ଧ କରିଛନ୍ତି। ଭାରତରେ କେବ ସେବା ପାଇଁ ଏକ ଓଲା ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପରିବହନ ବିଭାଗର ବିନା ଅନୁମତିରେ ବେଙ୍ଗେଲୁରୁରେ ବାଇକ ଓ ଟ୍ୟାକ୍ସି ସେବା ଆରମ୍ଭ କରିଥିବାରୁ ଏହାକୁ ବ୍ୟାନ କରାଯାଇଛି। ପରିବହନ ବିଭାଗ ମାର୍ଚ୍ଚ ୧୮ ତାରିଖରେ ବନ୍ଦ କରିବାକୁ ନୋଟିସ ଜାରି କରାଯାଇଥିଲା।
ସୂଚନା ଅନୁସାରେ କର୍ଣ୍ଣାଟକ ପରିବହନ ବିଭାଗ ଏମ/ଏସ ଏନି ଟେକନୋଲୋଜି ପ୍ରାଇଭେଟ ଲିମିଟେଟ୍‍, ଓଲା କେବ୍ସ ବେଙ୍ଗେଲୁରୁରେ ୬ମାସ ପାଇଁ ନିଲମ୍ବିତ କରାଯାଇଛି। ଏହାକୁ ନେଇ ଓଲା କହିଛନ୍ତି ଓଲା ଆଇନକୁ ସବୁସମୟରେ ପାଳନ କରିଥାଏ। ନୂଆ ଟେକନୋଲୋଜିକୁ ଆପଣେଇବା ପାଇଁ ସରକାରଙ୍କ ସହ ସବୁସମୟରେ କାମ କରୁଛୁ। ଏହାର ସମାଧାନ ପାଇଁ ଆମେ ଏକ ନୂତନ ବିକଳ୍ପ ଚେଷ୍ଟା କରୁଛୁ ଯାହାଦ୍ୱାରା ଡ୍ରାଇଭର ଏବଂ ସାଧାରଣ ଲୋକଙ୍କ ଯେପରି କୌଣସି ସମସ୍ୟା ନ ଦେଖାଯାଏ।

Leave A Reply