ଓଜେଇଇ ଆବେଦନ ସମୟ ସୀମା ବୃଦ୍ଧି

0

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆବେଦନର ସମୟ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଅନଲାଇନରେ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ଏପ୍ରିଲ ୫ ତାରିଖ କରାଯାଇଛି। ସେହିପରି ଅନଲାଇନରେ ଫି ଦେୟର ଶେଷ ତାରିଖ ମାର୍ଚ୍ଚ ୨୫ ପରିବର୍ତ୍ତେ ଏପ୍ରିଲ ୧୦ ତାରିଖ ସ୍ଥିର ହୋଇଛି। ପରୀକ୍ଷାର୍ଥୀମାନେ ଏପ୍ରିଲ ୨୦ ତାରିଖ ପରେ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ। ଓଜେଇଇ ଦ୍ୱାରା ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା ମେ ମାସ ୧୨ ତାରିଖରେ ଅନୁଷ୍ଠିତ ହେବ। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଥିବା ସରକାରୀ ଏବଂ ଘରୋଇ ଇଞ୍ଜିନିୟରିଙ୍ଗ ଅନୁଷ୍ଠାନରେ ଏମବିଏ, ଏମସିଏ, ବି. ଫାର୍ମା, ଲେଟରାଲ ଏମବିଏ ଓ ଏମସିଏ ପାଠ୍ୟକ୍ରମ ପାଇଁ ଓଜେଇଇ ପ୍ରବେଶିକା ପରୀକ୍ଷା କରିଥାଏ।

Leave A Reply