ଘୁଞ୍ଚିଲା ଓଜେଇଇ ; ଅଫ୍‌ଲାଇନ ପରୀକ୍ଷା ମେ’ ୧୮ରେ

ଭୁବନେଶ୍ବର : ମେ ୧୨ ଓ ୧୩ରେ ଅନୁଷ୍ଠିତ ହେବାକୁ ଥିବା ଅଫ୍‌ଲାଇନ ଓ ଅନ୍‌ଲାଇନ୍ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ବାତ୍ୟା ଫନି ଯୋଗୁଁ ଭୁବନେଶ୍ବର, କଟକ ଓ ପୁରୀରେ ପରୀକ୍ଷା କେନ୍ଦ୍ରଗୁଡିକ ଅବ୍ୟବସ୍ଥାରେ ରହିଛି। ଏହି ତିନିଟି ସହରରେ ଓଜେଇଇ ପରୀକ୍ଷା ପରିଚାଳନା କରିବା କଷ୍ଟକର। ପୁଣି ଇଣ୍ଟରନେଟ୍‌ ନଥିବାରୁ ଅନ୍‌ଲାଇନ ପରୀକ୍ଷା ପାଇଁ ପ୍ରଶ୍ନପତ୍ର କମ୍ପ୍ୟୁଟରରେ ଇନ୍‌ଷ୍ଟଲ କରାଯାଇ ପାରିନି; ଫଳରେ ଦୁଇଟି ଯାକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।
ତେବେ ଅଫ୍‌ଲାଇନ ପରୀକ୍ଷା ମେ ୧୨ ପରିବର୍ତ୍ତେ ମେ ୧୮ରେ କରିବାକୁ ଓଜେଇଇ ନିଷ୍ପତ୍ତି ନେଇ ଥିବାବେଳେ ଅନ୍‌ଲାଇନ ପରୀକ୍ଷା ଇଣ୍ଟରନେଟ୍‌ ସମ୍ପୂର୍ଣ୍ଣ ଭାବେ ଏହି ତିନିଟି ସହରରେ କାର୍ଯ୍ୟକ୍ଷମ ହେଲେ, ତାକୁ ଚାହିଁ ନୂଆ ତାରିଖ ସ୍ଥିର କରାଯିବ ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ଜେନା କହିଛନ୍ତି। ସେହିପରି ବାତ୍ୟା ଫଣି ପ୍ରଭାବ ଯୋଗୁଁ ୩ ତାରିଖରୁ ଭୁବନେଶ୍ବର,କଟକ ଓ ପୁରୀରେ ଇଣ୍ଟରନେଟ୍‌ ସେବା ନଥିବାରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିପାରି ନାହାନ୍ତି। ଏହାକୁ ଲକ୍ଷ କରି ଓଜେଇଇ ପରୀକ୍ଷାକୁ ଘୁଞ୍ଚାଇ ଦେଇଛି।

Comments are closed.