ଜୁଲାଇ ୨୨ରେ ୨ୟ ଓଜେଇଇ

0

ଭୁବନେଶ୍ୱର  : ଓଡ଼ିଶା ମିଳିତ ଯୁକ୍ତ ପ୍ରବେଶିକା ଦ୍ୱିତୀୟ ଓଜେଇଇ ତଥା ସ୍ୱତନ୍ତ୍ର ଓଜେଇଇ ଜୁଲାଇ ୨୨ରେ ଅନୁଷ୍ଠିତ ହେବ। ଏଥିପାଇଁ ଛାତ୍ରଛାତ୍ରୀ ଜୁନ୍‍ ୨୫ରୁ ୧୩ ମଧ୍ୟରେ ଆବେଦନ ଓ ଜୁଲାଇ ୧୮ରେ ଆଡ୍‍ମିଟ୍‍ ଡାଉନ୍‍ଲୋଡ୍‍ କରିପାରିବେ। ପରୀକ୍ଷାଫଳ ଜୁଲାଇ ୨୫ରେ ପ୍ରକାଶ ପାଇବ। ଜୁଲାଇ ୨୭ରୁ ୨୯ ମଧ୍ୟରେ ରାଙ୍କକାର୍ଡ ଡାଉନ୍‍ଲୋଡ୍‍ କରିପାରିବେ ଏବଂ ୩୦ରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସିଟ୍‍ ଆବଣ୍ଟନ କରାଯିବ। ଅଗଷ୍ଟ ୧ ଓ ୨ରେ ନୋଡାଲ୍‍ ସେଣ୍ଟରରେ କାଗଜାତ ଯାଞ୍ଚ ଓ ଚୂଡ଼ାନ୍ତ ସିଟ୍‍ ଆବଣ୍ଟନ ଅଗଷ୍ଟ ୩ରେ କରାଯିବ। ବି.ଟେକ୍‍, ବି.ଟେକ୍‍ ଲାଟୋରାଲ୍‍ ଏଣ୍ଟ୍ରି, ଏମ୍‍ବିଏ, ଏମ୍‍ସିଏ ଆଦି ପାଠ୍ୟକ୍ରମରେ ଓଜେଇଇରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ନାମଲେଖାଇ ପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ କାଉନ୍‍ସେଲିଂ ସୋମବାରରୁ ଆରମ୍ଭ ହୋଇଛି ଓ ଏହା ଜୁନ୍‍ ୨୭ ପର୍ଯ୍ୟନ୍ତ ଚାଲିବ।

Leave A Reply