ଡିସେମ୍ବର ସୁଦ୍ଧା ୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ

0

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ତୈଳ ମୂଲ୍ୟରେ ଯେଉଁଭଳି ବୃଦ୍ଧି ଘଟୁଛି ବର୍ଷ ଶେଷ ବେଳକୁ ଏହା ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତିି। ଆଜି ବଜାରରେ ତୈଳ ଦର ବ୍ୟାରେଲ ପିଛା ୨ ସେଣ୍ଟସ୍‍ ବୃଦ୍ଧିି ଘଟି ୮୦ ଡଲାର ଟପିଛି। ଆମେରିକା ପକ୍ଷରୁ ମୁଖ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଇରାନ୍‍ ଉପରେ ଲଗାଯାଇଥିବା କଟକଣା ବିଶ୍ୱରେ ଅଶୋଧିତ ତୈଳ ଯୋଗାଣକୁ ପ୍ରଭାବିତ କରୁଛି। ଏହା ଫଳରେ ବଜାରରେ ଚାହିଦାରେ ବୃଦ୍ଧି ଘୁଟୁଥିବା ଯୋଗୁ ତୈଳ ମୂଲ୍ୟରେ ବୃଦ୍ଧିି ଘଟିବ। ଏହାଛଡା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାରେ ଲାଗି ରହିଥିବା ହ୍ରାସ ଧାରା ଆମଦାନୀକୁ ମହଙ୍ଗା କରିଛି। ଏଭଳିସ୍ଥଳେ ଭାର ଅଶୋଧିତ ତୈଳ ଆମଦାନୀ କମ୍‍ କରିବାକୁ ବିଚାର କରୁଛି। ଆଜି ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୩୩ ପଇସା ହ୍ରାସ ଘଟି ୮୦.୪୭ ଡଲାରରେ ପହଞ୍ଚିଛି। ଚଳିତମାସ ୧୫ରେ ବିେ।।ଧନାଗାରଗଚୁଡିକର ଅଧିକାରୀୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ତୈଳ।ମଦାନୀରେ ହ୍ରାସ ଘଟାଇବା ନେଇ ନିଷ୍ପତ୍ତି ନିଆଯାଇଥିବା ଭାରତୀୟ ତୈଳ ନିଗମର ସଞ୍ଜୀବ୍‍ ସିଂ କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟରେ ଭାରତ ଦୈନିକ ୪.୪ ନିୟୁତ ବ୍ୟାରେଲ ତୈଳ ଆମଦାନୀ କରିଥିଲା।

Leave A Reply