ଓଡ଼ିଶା ମହିଳା କମିଶନ ସଦସ୍ୟା ପଦରୁ ଇସ୍ତଫା ଦେଲେ ତିଳୋତ୍ତମା ନାଏକ

0

କଳାହାଣ୍ଡି : ଓଡିଶା ମହିଳା କମିଶନ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲାର ଅନ୍ୟତମ ବରିଷ୍ଠ ବିଜେଡି ନେତ୍ରୀ ଓ ପୂର୍ବତନ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ତିଳୋତ୍ତମା ନାଏକ ଗୁରୁବାର ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତିଳୋତ୍ତମା କହିଛନ୍ତି ମୁଁ ଓଡ଼ିଶା ମହିଳା କମିଶନ ସଦସ୍ୟା ହୋଇଥିଲେ ମଧ୍ୟ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ମୋ ପ୍ରତି ଅଶାଳୀନ ବ୍ୟବହାର ମୋ ସ୍ୱାଭିମାନକୁ ଆଞ୍ଚ ପହାଞ୍ଚାଇଛି। ଯାହାକୁ ନେଇ ମୁଁ ଫୋରମ ମାଧ୍ୟମରେ ଜଣାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଶେଷରେ ମୁଁ ସ୍ୱାଭିମାନ ବଞ୍ଚାଇବାକୁ ଯାଇ ଇସ୍ତଫା ଦେଇଛି ବୋଲି କହିଛନ୍ତି।

Leave A Reply