ଓଡ଼ିଶା ଲୋକସଭା: ବିଜେଡି ୧୧, ବିଜେପି ୮  ଆସନରେ ଆଗୁଆ

ଭୁବନେଶ୍ଵର: ଓଡ଼ିଶାର ୨୧ ଲୋକସଭା ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଚାଲିଛି। ସକାଳ ୧୦ଟା ୩୦ ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ୧୨ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୭ ଆସନରେ ଆଗୁଆ ରହିଛି।

ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀ, କନ୍ଧମାଳରେ ଅଚ୍ୟୁଚ ସାମନ୍ତ, କେନ୍ଦୁଝର ଲୋକସଭାରେ ଚନ୍ଦ୍ରାଣୀ ମୁର୍ମୁ, ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝି, ବଲାଙ୍ଗୀରରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ଡେଙ୍କାନାଳରେ ବିଜେପିର ରୁଦ୍ର ପାଣି, କୋରାପୁଟରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କା, ମୟୂରଭଞ୍ଜରେ ବିଜେପିର ବିଶ୍ଵେଶ୍ଵର ଟୁଡୁ, ପୁରୀରେ ବିଜେଡିର ପିନାକୀ ମିଶ୍ର, ସମ୍ବଲପୁରରେ ବିଜେଡିର ନଳିନୀକାନ୍ତ ପ୍ରଧାନ, ଭଦ୍ରକରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବରଗଡ଼ରେ ବିଜେପିର ସୁରେଶ ପୂଜାରୀ, ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ଆଗରେ ରହିଛନ୍ତି।

Comments are closed.