ରତ୍ନ ଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ ଚାପି ଦେଲେ ରାଜ୍ୟ ସରକାର: ପ୍ରଦୀପ୍ତ ନାଏକ

ଭୁବନେଶ୍ବର: ଓଡିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗ ସାରା ଓଡିଶାରେ ଏକ ସମୟରେ ହଇଚଇ ଖେଳାଇ ଦେଇଥିଲା। ୨୦୧୮ ମାର୍ଚ୍ଚ ୨୨ ରେ ରାଜ୍ୟ ସରକାର ମଧ୍ୟ ସ୍ବୀକାର କରିଥିଲେ ରତ୍ନ ଭଣ୍ଡାରର ଚାବି ହଜିଛି। ରାଜ୍ୟ ସରକାରଙ୍କ ଅପାରଗତାକୁ ବିରୋଧୀ ପଦାରେ ପକାଇଥିଲେ। ରାଜ୍ୟ ସରକାର  ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଜୁନ ୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଲେ । ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଲେ । ୬ ମାସ ପରେ ୨୦୧୮ ନଭେମ୍ବର ୩୦ ରେ କମିଶନ ରିପୋର୍ଟ ପ୍ରଦାନ କଲେ । ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ରିପୋର୍ଟକୁ ଚାପି ଦେଲେ । ରାଜ୍ୟ ସରକାର ଓଡିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଆସିବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏବଂ ରିପୋର୍ଟକୁ ଚାପିଦେବା ନିହାତି ଏକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳନେତା। ପ୍ରଦୀପ୍ତ ନାଏକ ତାଙ୍କ ଚିଠିରେ ‘ଚାବି ହଜିକି ଦେଢ଼ବର୍ଷ ପରେବି ସରକାର ରତ୍ନଭଣ୍ଡାର ତଦନ୍ତ କରୁଥିବା କମିଟିର ରିପୋର୍ଟକୁ ସାର୍ବଜନୀନ ନ କରିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ବିରୋଧୀଦଳ ନେତା। ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲିଥିବା ବେଳେ କରାଯାଇଥିବା ଅଡିଟି ରିପୋର୍ଟକୁ ନେଇ ବର୍ତ୍ତମାନ ରାଜ୍ୟ ସରକରା ରତ୍ନ ଭଣ୍ଡାରକୁ ଖୋଲି ଅଡିଟି ରିପୋର୍ଟ ସହ ଖାପଖୁଆଇଲେ ଜଣାପଡିବ ପ୍ରକୃତ ସତ୍ୟ କଣ ।ଯଦି ୧୯୭୮ ରିପୋର୍ଟ ସହ ଖାପନଖାଏ ତେବେ ରତ୍ନ ଭଣ୍ଡାରର ଚାବି ହଜିବା ପଛରେ ଆତ୍ମସାତ ର ରହସ୍ୟ ଅଛି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ କହିଛନ୍ତି କି, ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମ କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ । ନିର୍ଦ୍ଦିଷ୍ଟ ସମୟସୀମା ଓ ପୁରା ସ୍ୱଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଞ୍ଚ ହେଉ । ରତ୍ନ ଭଣ୍ଡାର ଚାବି ହଜିବା ଓ ତାର ପରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପଦକ୍ଷେପ ନିହାତି ସନ୍ଦେହ ଜନକ । ରତ୍ନ ଭଣ୍ଡାର ଚାବି ହଜିବା କଥା ସାମ୍ନାକୁ ଆସିବା ପରେ ରତ୍ନ ଭଣ୍ଡାରରେ ଥିବା ଦୁର୍ଲଭ ମଣିମୁକ୍ତା, ସୁନାରୂପା ସବୁ ସୁରକ୍ଷିତ ଅଛି କି ନେଇ ତାକୁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହାକୁ ରାଜ୍ୟ ସରକାର ଦୂର କରିବାର ଆବଶ୍ୟକତା ଅଛି ।ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଞ୍ଚ ଓ ତାଲିକାକୁ ସାର୍ବଜନିନ କରାଯାଉ ବୋଲି ପ୍ରଦୀପ୍ତ ନାଏକ ଦାବୀ କରିଛନ୍ତି।

Comments are closed.