ବିଶ୍ୱସ୍ତରୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଚମ୍ପିଆନ

0

ବାଲେଶ୍ୱର: ଓଡ଼ିଆ ଝିଅ କ୍ରିସିତା କମାଲ ଦେଖାଇଛନ୍ତି ବିଶ୍ୱସ୍ତରୀୟ ମଡ଼େଲିଂ ପ୍ରତିଯୋଗିତାରେ । କେରଳରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ଚିଲଡ୍ରେନ୍ସ ଆର୍ଟ ଟ୍ୟାଲେଣ୍ଟ ଆଣ୍ଡ ଫ୍ୟାସନ ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛନ୍ତି କ୍ରିସିତା । ମାତ୍ର ୧୨ବର୍ଷ ବୟସରେ ସେ ଏହି ସଫଳତା ପାଇଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାର ୪ଜଣ ଝିଅ ଭାଗ ନେଇଥିବା ବେଳେ କ୍ରିସିତାଙ୍କ ନୂଆ ନୂଆ ରୂପ ଶେଷରେ ସବୁ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ଦେଇଥିଲା ।
ଗତ ଦୁଇବର୍ଷ ଧରି କ୍ରିସିତା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଆସୁଥିଲେ । ସେ ଇଣ୍ଟରନେଟ ଓ ୟୁଟୁ୍ୟବ୍‌ରୁ ଡ଼୍ୟାନ୍ସ ଓ ମଡ଼େଲିଂ ଶିଖୁଥିଲେ । କ୍ରିସିତା ବାଲେଶ୍ୱରର ସେଣ୍ଟ ଭିନସେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ । ଛୋଟ ବେଳୁ ତାଙ୍କର ମଡ଼େଲିଂ ପ୍ରତି ଅନେକ ଆଗ୍ରହ ବଢିଥିଲା । ପରେ ପରେ ସେ ଅନେକ ଫ୍ୟାସନ ଶୋ, ମଡ଼େଲିଂ ଶୋ ରେ ଭାଗ ନେଇ ସଫଳତା ପାଇଥିଲେ । ତାଙ୍କର କ୍ରମାଗତ ନିଷ୍ଠା ଓ ପରାକାଷ୍ଠା ଯୋଗୁ ସେ ଆଜି ଶୀର୍ଷରେ ପହଞ୍ଚି ପାରିଛନ୍ତି ।

କ୍ରିସିତା ଭବିଷ୍ୟତରେ ମିସ୍‌ ୱାଲ୍ଡ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେ ଏବେ ବିଶ୍ୱ ଜୁନିୟର ମଡ଼େଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । କମ୍‌ ବୟସରୁ ଏଭଳି ସଫଳତା ପାଇଁ ତାଙ୍କ ପରିବାର ଲୋକେ ଖୁବ୍‌ ଖୁସି ଅଛନ୍ତି ।

Leave A Reply