ଡ଼ିଜିଙ୍କ ପରେ ଅଗ୍ନିଶମ ବିଭାଗରେ ବଡ଼ ଅଦଳ ବଦଳ

ଭୁବନେଶ୍ବର : ବି.କେ ଶର୍ମାଙ୍କୁ ପୁଲିସ ଡ଼ଜି ଓ ଅଗ୍ନିଶମ ବିଭାଗ ଡିଜି ପଦରୁ ଅପସାରଣ ପରେ ଗୁରୁବାର ଅଗ୍ନିଶମ ବିଭାଗରେ ବଡ଼ ଅଦଳ ବଦଳ କରାଯାଇଛି । ମହେଶ୍ବର ସ୍ବାଇଁଙ୍କଠାରୁ ଚିଫ୍ ଫାୟାର ଅଫିସର ଦାୟିତ୍ବ ଅପସାରଣ କରାଯାଇଛି । ସୁକାନ୍ତ ସେଠୀଙ୍କୁ ଚିଫ ଫାୟାର ଅଫିସର ( ଫାୟାର ପ୍ରିଭେନସନ) ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ଅରୁଣ ଷଡଙ୍ଗୀଙ୍କୁ କଳାହାଣ୍ଡି ଜିଲା ଅଗ୍ନିଶମ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି। ସଲିଲ ପ୍ରକାଶ କିଣ୍ଡୋ ଅଗ୍ନିଶମ ବିଭାଗର  ନିର୍ଦ୍ଦେଶାଳୟର ଡିଏଫଓ ଭାବେ ନିଯୁକ୍ତି ଦିଆଯାଇଛି।

 

Comments are closed.