୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଅବଢା ସ୍କିମରେ ପୁରୀ ପାଇଁ ୩ବର୍ଷରେ ୩୨୦୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଚଳିତବର୍ଷ ଅବଢା ସ୍କିମରେ ୭୧୯କୋଟି ଟଙ୍କା ଖର୍ଚ୍ଚ କରାଯିବ।

କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଦେବାକୁ ପଡିବ ନାହିଁ। ୟୁଜର୍ସ ଫି ସହିତ ଆବେଦନ ଫିକୁ ମଧ୍ୟ ଉଚ୍ଚେଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ତିନୋଟି ଜିଲା ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲାର ୩ଟି ବ୍ଲକକୁ ପାଇପ୍ ଯୋଗେ ଜଳ ଯୋଗାଣ ହେବ। କୁସୁମୀ, ସୁକିନ୍ଦା ଓ ହାଟଡିହ ବ୍ଲକର ୩୮୪ଗ୍ରାମକୁ ଜଳ ଯୋଗାଣ କରାଯିବ। ତିନୋଟି ବ୍ଲକକୁ ପାଇପ୍ ଜଳ ଯୋଗାଣ ପାଇଁ ୬୪୧.୫୭କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।

Comments are closed.