ସୀମା ଶୁଳ୍କ ସଂଗଠନର ପ୍ରବର୍ତ୍ତନ କମିଟିର ଅଧ୍ୟକ୍ଷ ହେଲେ ଜଣେ ଓଡ଼ିଆ

0

ଭୁବନେଶ୍ୱର: ଓଡିଶା ଜନ୍ମିତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଦେବୀ ପ୍ରସାଦ ଦାଶ ସୀମା ଶୁଳ୍କ ସଂଗଠନ ଅନ୍ତର୍ଗତ ପ୍ରବର୍ତ୍ତନ କମିଟିର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ୧୯୮୫ ବ୍ୟାଚର ଏହି ଅଧିକାରୀ ସର୍ବସମ୍ମତିକ୍ରମେ ପ୍ରଥମ ଭାରତୀୟ ଭାବେ ସୀମା ଶୁଳ୍କ ସଂଗଠନ ଅନ୍ତର୍ଗତ ପ୍ରବର୍ତ୍ତନ କମିଟିର ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଦୁଇ ବର୍ଷ ଉପାଧ୍ୟକ୍ଷ ପଦରେ କାର୍ଯ୍ୟ କରିଥିଲେ। ଶ୍ରୀ ଦାଶ ଜାତିସଙ୍ଘ ସୁରକ୍ଷା ପରିଷଦ, କମନୱେଲଥ କାର୍ଯ୍ୟାଳୟ ଓ ସିବିଆଇ ଭଳି ସଙ୍ଗଠନରେ କାର୍ଯ୍ୟ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ପୂର୍ବତନ ଛାତ୍ର ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

Leave A Reply