ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଗୃହରେ ଅଚଳାବସ୍ଥା; ଦିନ ୩ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ଜଗତସିଂହପୁର ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ସୋମବାର ବିଧାନସଭା ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଳତବି ହୋଇଥିଲା। ପରେ ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୩ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

ଆଜି ବିଧାନସଭା ଗୃହରେ କଂଗ୍ରେସ ନେତା ନରସିଂହ ମିଶ୍ର ତିର୍ତ୍ତୋଲ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତିର୍ତ୍ତୋଲ ଦୁଷ୍କର୍ମ ଘଟଣା ଯଦି ସତ ହୋଇଥାଏ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନରସିଂହ ମିଶ୍ର କହିଥିଲେ। ଏହି ଦୁଷ୍କର୍ମ ଘଟଣାରେ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରି କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।

Comments are closed.